ଆସନ୍ତା ୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁରରେ ୨୫ ତାରିଖ ଅପରାହ୍ନରେ ହେବ ବିଶାଳ ଜନସଭା । ଭୁବନେଶ୍ଵରରେ ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ ଅମିତ ଶାହ ଆଲୋଚନା କରିବେ । ଅମିତ ଶାହ ଭୁବନେଶ୍ଵରରେ ରାତ୍ରି ରହଣୀ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଆଗାମୀ ଦିନରେ ମା’ ମାଟି ମାତୃଭାଷା ନେଇ ଲଢେଇ କରିବ ବିଜେପି । ଆସନ୍ତା ୨୫ ତାରିଖରେ ଅପରାହ୍ନରେ ସୋନପୁରରୁ ବିଗୁଲ ବଜାଇବେ ଅମିତ ଶାହ । ବିଶାଳ ଜନସଭାରେ ଲୋକଙ୍କୁ ସମ୍ବୋଧିତ କରିବେ । ପରେ ଭୁବନେଶ୍ୱର ଆସି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ରାତିରେ ଭୁବନେଶ୍ୱରରେ ରହିବେ ।

ଗୋଲକ ମହାପାତ୍ର କହିଛନ୍ତି, ୨୫ରେ ସୋନପୁରରେ ଜନସଭାକୁ ସମ୍ବୋଧନ କରିବେ ଶାହ । ପରେ ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ନିର୍ବାଚନୀ ରଣନୀତି ନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।