୨୫ରେ ଅମିତ ଶାହ ଓ ୨୯ରେ ପ୍ରଧାନମନ୍ତ୍ରୀ ମୋଦି ଆସିବେ ଓଡ଼ିଶା

ସରଗରମ ଓଡ଼ିଶା ରାଜନୀତି। ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ ବିଜେପିର ଚାଣକ୍ୟ ଅମିତ ଶାହ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ଆଜି ସୂଚନା ଦେଇଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର।

ଶନିବାର ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଚାନ୍ଦବାଲି, କୋରେଇ, ବାରିପଦା ଓ ନିମାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେହିପରି ୨୯ ତାରିଖରେ ପୁଣି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ମୋଦି। ସେଦିନ ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ପ୍ରଚାର କରିବେ। ଏହା ହେବ ମୋଦିଙ୍କ ଶେଷ ନିର୍ବାଚନ ପ୍ରଚାର ଗସ୍ତ।