ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ଅମିତ ଶାହ

ଭୁବନେଶ୍ୱର: ୨ଦିନିଆ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଆଜି ସକାଳେ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ଗୃହମନ୍ତ୍ରୀ ଅମିତ ଶାହା ଲିଙ୍ଗରାଜ ମନ୍ଦିର ଗସ୍ତ କରିଥିଲେ । ପୁରୀ ପରେ ସେ ଭୁବନେଶ୍ୱର ଆସି ଲିଙ୍ଗରାଜ ମନ୍ଦିରରେ ପହଂଚିଥିଲେ ।  ସେଠାରେ ଅମିତ ଶାହାଙ୍କୁ ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉପହଂଚିବେରୀୟ ଦେଇ ସ୍ୱାଗତ କରାଯାଇଛି । ଏହା ପରେ ମନ୍ଦିରର ପୂଜାରୀମାନେ ଶାହାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଛନ୍ତି।  ସେଠାରେ ଅମିତ ଶାହା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ କରିଛନ୍ତିି । ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂ ପଟେଲ ଉପସ୍ଥିତ ଅଛନ୍ତି । ଏହା ସହ ସେଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ଅଛନ୍ତି ।

ଶାହାଙ୍କ ଶ୍ରୀଲିଙ୍ଗରାଜ ଦର୍ଶନ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମହାପ୍ରଭୁଙ୍କ ଦର୍ଶନ ପରେ ଶାହା ମଧ୍ୟାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପହଂଚିବେ। ଏଥି ସହ ସେ ଦୁଇ ଦିନିଆ ଗସ୍ତ ଶେଷ କରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।