କୋଲକାତା : ଖଡ଼ଗପୁରରେ ରୋଡ୍ ସୋ’ରେ ଟିଏମସି ସରକାର ବିରୋଧରେ ଗର୍ଜିଛନ୍ତି ଅମିତ ଶାହା। ଏହି ସମୟରେ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ପଶ୍ଚିମବଙ୍ଗରେ ୨୦୦ରୁ ଅଧିକ ସିଟ୍ରେ ବିଜୟ ହାସଲ କରିବ। ବେଙ୍ଗଲରେ ସରକାର ଗଢ଼ିବ ବିଜେପି। ପଶ୍ଚିମବଙ୍ଗର ଲୋକେ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି ବେଙ୍ଗଲର ଜନତା ଆମ ସହ ଅଛନ୍ତି। ରାଲିରେ ଦେଖିବାକୁ ମିଳିଥିବା ଜନ ସମୂଦ୍ର ପରିବର୍ତ୍ତନର ଇସାରା ଦେଉଛି ।
ବିଜେପିର ପ୍ରାର୍ଥୀ ତାଲିକାକୁ ନେଇ ଟିଏମସିର ପ୍ରଶ୍ନରେ ଜବାବ ଦେଇ ଶାହା କହିଛନ୍ତି, ସେ କାହିଁକି ଡରୁଛନ୍ତି। ସାଂସଦ ମଧ୍ୟ ନିର୍ବାଚନ ଲଢ଼ିପାରିବେ। ଖଡ଼ଗପୁରରେ ଆୟୋଜିତ ରୋଡ୍ ସୋରେ ‘ଆଜତକ’କୁ କେନ୍ଦ୍ର ଗୃମହନ୍ତ୍ରୀ କହିଛନ୍ତି, ନନ୍ଦୀଗ୍ରାମରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ହିଁ ଜିତିବେ।