ଗୃହମନ୍ତ୍ରୀ ଶାହାଙ୍କ ଯୋଜନା: ଜମ୍ମୁ କଶ୍ମୀର ଘାଟିକୁ ଫେରିବେ କଶ୍ମୀର ପଣ୍ଡିତ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନଙ୍କ ଟିମ ଘାଟିରେ କଶ୍ମୀର ପଣ୍ଡିତଙ୍କୁ ପୁନର୍ବାସ କରିବା ଲାଗି ପ୍ରଭାବଶୀଳ ନୀତି ପ୍ରସ୍ତୁତ କରୁଥିବା ଜଣାଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରାଳୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅମିତ ଶାହା ଏବାବଦରେ ଗତ ଏକ ମାସ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରାଳୟର କଶ୍ମୀର ଡିଭିଜନର ପ୍ରମୁଖ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି ।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କଠାରୁ ରକ୍ଷା ପାଇ କଶ୍ମୀର ପଣ୍ଡିତଙ୍କ ପୁନର୍ବାସ କରିବାକୁ ଚାହୁଁଛନ୍ତି ଅମିତ ଶାହ। ଏବେ କାଶ୍ମୀରରେ କଶ୍ମୀର ପଣ୍ଡିତଙ୍କ ସଂଖ୍ୟା ହେଉଛି ପାଖାପାଖି ସାଢ଼େ ୩ ଲକ୍ଷ ।ସେମାନେ ୧୯୮୯ ପରେ ଆରମ୍ଭ ହୋଇଥିବା ଉଗ୍ରବାଦୀ ଗୋଷ୍ଠୀକୁ ପୂର୍ବ ନିୟୋଜିତ ଆକ୍ରମଣ ପରେ ଘାଟିରୁ ପଳାୟନ କରିଥିଲେ। କେନ୍ଦ୍ର ସରକାର ଘାଟିରେ କଶ୍ମୀର ପଣ୍ଡିତଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ଯାଉଛନ୍ତି । ୨୦୧୫ରେ ଜମ୍ମୁ କଶ୍ମୀର ସରକାର ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଏହି କାମ ଆଗକୁ ବଢ଼ିବ ବୋଲି ଜଣାଯାଇଛି। ପୁନର୍ବାସ ଯୋଜନା ବ୍ୟତୀତ, ସ୍ବରାଷ୍ଟ୍ରମନ୍ତ୍ରୀ କଲ୍ୟାଣକାରୀ ଯୋଜନାରେ ମଧ୍ୟ କଶ୍ମୀର ପଣ୍ଡିତଙ୍କୁ ସାମିଲ କରାଯିବ ବୋଲି ଜଣାଯାଇଛି ।