ଶାହାଙ୍କ ନିଷ୍ପତି ପାଇଁ ଚିନ୍ତାରେ ପାକିସ୍ତାନ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରରୁ ଆର୍ଟିକିଲ ୩୭୦ ଉଚ୍ଛେଦ ସଂକଳ୍ପ ରାଜ୍ୟସଭାରେ ଆଗତ ହେବା ପରେ ପାକିସ୍ତାନ ସେୟାର ବଜାର ଏକ ପ୍ରକାର ବୁଡି ଯାଇଛି । ପାକିସ୍ତାନୀ ସେୟାର ବଜାରର ବେଂଚମାର୍କ ଇଣ୍ଡେକ୍ସ କେଏସଇ୧୦୦ ୬୦୦ ଅଙ୍କ ହ୍ରାସ ପାଇଛି ।ଆଜି ରାଜ୍ୟସଭାରେ ଅମିତ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପାଇଁ ସୁପାରିଶ କରିଥିଲେ । ଏହାସହ ରାଜ୍ୟର ପୂନର୍ଗଠନ ସମେତ ବିଧେୟକ ଆଗତ କରାଯାଇଥିଲା । ଏଥିରେ ଲଦାଖକୁ ଜମ୍ମୁ-କାଶ୍ମୀରରୁ ଅଲଗା କରାଯାଇ କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା ପ୍ରଦାନ କରାଗଲା ।

ଆଜି ପାକିସ୍ତାନୀ ସେୟାର ବଜାରର ଆରମ୍ଭ ଅତି ନୈରାଶ୍ୟଜନକ ରହିଥିଲା । କେଏସଆଇ୧୦୦ ୩୧୬୬୬.୪୧ ସ୍ତରରେ ଖୋଲିଥିଲା । କିନ୍ତୁ ଅମିତ ଶାହାଙ୍କ ରାଜ୍ୟସଭାରେ ଧାରା ୩୭୦ ବାବଦରେ ଆଲୋଚନା ସମୟରେ ଏଥିରେ ୬୮୭.୪୫ ଅଙ୍କ ହ୍ରାସ ପାଇଥିଲା । ଫଳରେ ଏହା ୩୦୯୭୮ ହୋଇଯାଇଥିଲା ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ପାକିସ୍ତାନର ସେୟାର ବଜାର ଗତ ଦୁଇ ବର୍ଷ ହେଲା ବିଶ୍ୱର ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ତାଲିକାରେ ରହିଛି । ନିବେଶକଙ୍କର ପ୍ରାୟ୬,୮୮,୦୦୦ ଟଙ୍କା କ୍ଷତି ହୋଇଛି ।