ଅଗଷ୍ଟ ୧୫ରେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବେ ଅମିତ୍ ଶାହା !

ଶ୍ରୀନଗର:କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍ ଶାହା ଏଥର ଜାମ୍ମୁ-କାଶ୍ମୀରରେ ୭୩ତମ ସ୍ଵାଧୀନତା ଦିବସ ପାଳନ କରି ପାରନ୍ତି। ଖବର ଅନୁସାରେ ଅଗଷ୍ଟ ୧୪ ସନ୍ଧ୍ୟାରେ ଶାହା ଶ୍ରୀନଗର ଅଭିମୁଖେ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ...

ଶ୍ରୀନଗର:କେନ୍ଦ୍ରୀୟ ମନ୍ତ୍ରୀ ଅମିତ୍ ଶାହା ଏଥର ଜାମ୍ମୁ-କାଶ୍ମୀରରେ ୭୩ତମ ସ୍ଵାଧୀନତା ଦିବସ ପାଳନ କରି ପାରନ୍ତି। ଖବର ଅନୁସାରେ ଅଗଷ୍ଟ ୧୪ ସନ୍ଧ୍ୟାରେ ଶାହା ଶ୍ରୀନଗର ଅଭିମୁଖେ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟ କୁହାଯାଉଛି ଯେ ଅନୁଚ୍ଛେଦ ୩୭୦ ହଟିବା ପରେ ଏଥର ଅଗଷ୍ଟ ୧୫ ଅବସରରେ ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଯିବ। ଏହି ଅବସରରେ ଅମିତ୍ ଶାହା ଲାଲ ଚୌକରେ ଉପସ୍ଥିତ ରହିବେ। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହାର ସମର୍ଥନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହିତ ଜାମ୍ମୁ-କାଶ୍ମୀରରୁ ଲଦାଖକୁ ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିଛନ୍ତି। ଯଦି କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ସ୍ଵାଧୀନତା ଦିବସ ଅବସରରେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାନ୍ତି ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଏନଡିଏ ସରକାରଙ୍କ ଦ୍ଵିତୀୟ ଐତିହାସିକ ପଦକ୍ଷେପ ହେବ। ଶ୍ରୀନଗର ପରେ ଅମିତ୍ ଶାହା ଅଗଷ୍ଟ ୧୬ ଓ ୧୭ରେ ଲଦାଖ ଗସ୍ତରେ ଯିବେ। 

ଅଗଷ୍ଟ ୧୫  କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ନେଇ ଆଭ୍ୟନ୍ତରୀଣ ଆଲୋଚନା କରାଯାଉଛି। ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ମଧ୍ୟ ଏହି ସମୟରେ ଘାଟିରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଏହାର ୨୭ ବର୍ଷ ପୂର୍ବେ ପାକିସ୍ତାନର ଆତଙ୍କୀ ସଂଗଠନଙ୍କ ଧମକ ପରେ ମଧ୍ୟ ୧୯୯୨ ଜାନୁଆରୀ ୨୬ରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ଓ ନରେନ୍ଦ୍ର ମୋଦୀ(ସେହି ସମୟରେ ଆରଏସଏସ ପ୍ରଚାରକ) ଶ୍ରୀନଗରର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାରେ ସଫଳ ହୋଇଥିଲେ।

Spread the love
Categories
ଦେଶ-ବିଦେଶ

RELATED BY

  • ଜେଏନୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର

    ନୂଆଦିଲ୍ଲୀ:ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଫ’ ବୃଦ୍ଧିକୁ ନେଇ ଛାତ୍ରଙ୍କ ବିରୋଧ-ପ୍ରଦର୍ଶନ ଏବଂ ତାଙ୍କ ଉପରେ ପୁଲିସ କାର‌୍ୟ୍ୟାନୁଷ୍ଠାନକୁ ନେଇ ଲୋକସଭାରେ ଉଠିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ ପୁଲିସ ସୋମବାର ଦିନ ପ୍ରଦର୍ଶନ...
  • ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ତମ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏନେଇ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି । ଠିକ ସେହିପରି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା...
  • ହସ୍ପିଟାଲରୁ ଫେରିଲେ ନୁସରତ

    କୋଲକାତା: ତୃଣମୂଳ କଂଗ୍ରେସ (ଟିଏମସି)ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କୁ ରବିବାର-ନଭେମ୍ବର ୧୭)ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ନୁସରତଙ୍କୁ ଗତକାଲି (ସୋମବାର) ହସ୍‌ପିଟାଲରୁ ଛୁଟି ମିଳି ଯାଇଛି। ହସ୍‌ପିଟାଲ୍‌ରୁ ଛୁଟି ମିଳି ଯାଇଥିଲେ ହେଁ...
  • ସୀମାରୁ ୨ ଭାରତୀୟ ନାଗରିକ ଗିରଫ

    ନୂଆଦିଲ୍ଲୀ:ଭାରତଠୁ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରତିଦିନ କିଛି ନା କିଛି ନୂଆ ଷଡଯନ୍ତ୍ର ରଚୁଛି । ଗତକାଲି ପାକିସ୍ତାନ ଚ୍ୟାନେଲରେ ଦୁଇଜଣ ଭାରତୀୟଙ୍କ ଗିରଫଦାରି ଖବର ଦେଖାଯାଇଥିଲା । ଏହି ଦୁଇଜଣ ବିନା ପାସପୋର୍ଟରେ ପାକିସ୍ତାନରେ ଅନୁପ୍ରବେଶ କରୁଥିଲେ ବୋଲି...