ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଭୁବନେଶ୍ବରରେ ପହଂଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ସ୍ବତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଂଚିଛନ୍ତି । ଏଠାରୁ ସେ ସିଧା ଲୋକସେବା ଭବନ ଯିବାର କାର୍ଯ୍ୟକ୍ରମ ରହିଛି ।

ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଂଚଳ ପରିଷଦ ବୈଠକରେ ଶାହ ଅଧ୍ୟକ୍ଷତା କରିବେ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । ନବୀନଙ୍କ ବ୍ୟତୀତ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ଯୋଗ ଦେବେ ।