ଆୟୁଷମାନ ଯାଜନାକୁ ଓଡିଶାର ନା କୁ ନେଇ ରାଜ୍ୟ ସରକାରଙ୍କୁ ଟାଗେର୍ଟ କଲେ ଅମିତ ଶାହ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସବୁଠୁ ବଡଯୋଜନା ଆୟୁଷମାନ ଭାରତ ଆରମ୍ଭ ହୋଇଛି । ହେଲେ ଓଡିଶାରେ ଏହିଯୋଜନାକୁ ନା କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ହିସାବରେ ରାଜ୍ୟର ୯ ଲକ୍ଷ ହିତାଧୀକାରୀ ଏଥିରୁ ବାଦ ପଡିବା ସହ ଯୋଜନାରେ ଓଡିଶା ବେଶୀ ଲାଭ ବାନ ହେବନି ବୋଲି ଯୁକ୍ତି ବାଢି ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ହଲେ ଏହାକୁ ନେଇ କେନ୍ଦ୍ରର ଜଣଙ୍କ ପରେ ଜେଣେ ନେତା ଓ ମନ୍ତ୍ରୀ ସ୍ୱର ଉଠାଇବା ପରେ ରାଜ୍ୟ ସରକାରଙ୍କୁ ଟଗେର୍ଟ କରିଛନ୍ତି ବିଜେପି ରଷ୍ଟ୍ରିୟ ଅ୍ଧ୍ୟକ୍ଷ ଅମିତ ଶାହ । ଶାହ ତାଙ୍କ ଓଡିଶା ଗସ୍ତର କେଇ ଘଣ୍ଟା ପୂର୍ବରୁ ରାଜ୍ୟ ସରକାରଙ୍କୁ ଏନେଇ ଟ୍ୟୁଟ କରି ସମାଲୋଚେନା କରିଛନ୍ତି ।

ଶ୍ରୀ ଶାହା କହିଛନ୍ତି କି, ଆୟୁଷ୍ମାନ ଯୋଜନାରୁ ଓଡିଶାବାସୀଙ୍କୁ ବଂଚିତ ରଖାଯିବା ଦୁଖଦାୟକ । ମୁଖ୍ୟମନ୍ତ୍ରୀ ରାଜନୈତିକ ସ୍ୱାର୍ଥ ରଖି ଏପରି କରୁଛନ୍ତି । ଯାହା ନିନ୍ଦନୀୟ । ବିଜେଡିର ସଂକୀର୍ଣ୍ଣମନା କାରଣରୁ ଗରିବଙ୍କୁ ଯୋଜନାର ଲାଭ ମିଳୁନାହିଁ । ହୀନ ରାଜନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କୁ ଜବାବ ଦେବାକୁ ହେବ । ସରକାରଙ୍କ ଏହି ଗରିବ ବିରୋଧୀ ରାଜନୀତିକୁ ଘରେ ଘରେ ପହଁଚାଯିବ । ବିଜେପି କର୍ମୀମାନେ ଜନତାଙ୍କୁ ଏନେଇ ଜାଗ୍ରତ କରିବେ ।

ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟ ଏବଂ କେନ୍ଦ୍ର ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଲାଗୁ କରୁ ନଥିବାରୁ ଅନେକ ସମୟରେ ପ୍ରଶ୍ନ ମଧ୍ୟ ଉଠୁଛି । ଏହା ବଦଳରେ ରାଜ୍ୟ ସରକାର ନିଜ ଯୋଜନା ଲାଗୁ କରିବା ପାଇଁ ଅଡି ବସିଛନ୍ତି ।  ଗତକାଲି ଓଡିଶା ଗସ୍ତରେ ଆସିଥିବା ମୋଦୀ ଏହି ଘଟଣାରେ ନବୀନ ପଟ୍ଟନାୟକଙ୍କୁ