ପୁରୀରେ ଗର୍ଜିଲେ ଅମିତ ଶାହ : ବିଜେଡି ସରକାରଙ୍କୁ ପୁଣି ପୋଡା ଟ୍ରାନ୍‌ସଫର୍ମର କହି ଉପାଡି ଫୋପାଡି ବାକୁ ଦେଲେ ଆହ୍ବାନ

ପୁରୀ : ପୁରୀ  ବିଜେପି ଜନଜାତି ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇ ବିଜେପି ସଭାପତି ଅମିତ ଶାହା ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅମିତ ଶାହା ପୁଣି ପୋଡା ଟ୍ରାନ୍‌ସଫର ପ୍ରସଙ୍ଗ ଉଠାଇଛନ୍ତି। ବିଜେଡିକୁ କଂଗ୍ରେସର ବି ଟିମ୍‌ ବୋଲି କହିଛନ୍ତି। ଆଉ ଅମିତଙ୍କର ଗର୍ଜନ ଶୁଣି ବିଜେପିର ରାଜ୍ୟ ଟିମ୍‌ ବି ଜୋଶ୍‌ ପାଇଯାଇଛନ୍ତି।

ପୁରୀରେ ଅମିତ ଶାହା ଗର୍ଜିଲେ । ପୁଣି ଉଠାଇଲେ ପୋଡ଼ା ପ୍ରସଙ୍ଗ। ପୁଣି କହିଲେ ବିଜେଡି ସରକାରକୁ କଗ୍ରେସର ବି ଟିମ୍। ପୁଣି ସିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ଆକ୍ଷେପ କଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ  ଗସ୍ତ ଏବଂ ପରେ ପରେ ଅମିତ ଶାହାଙ୍କ ସାଲେପୁର ଗସ୍ତରେ ଆଭିମୁଖ୍ୟ ନରମ ଥିଲା। ଆଜି କିନ୍ତୁ ଅମିତ ଶାହା ପୁଣି ୨ ବର୍ଷ ତଳର ଷ୍ଟାଣ୍ଡକୁ ଫେରିଛନ୍ତି। ଦୋହରାଇଛନ୍ତି ସେହି ପୁରୁଣା ଡାଏଲଗ । କେନ୍ଦ୍ର ସରକାର ଓଡ଼ିଶାକୁ ୫ ଲକ୍ଷ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର କେନ୍ଦ୍ର ଅନୁଦାନକୁ ଅଟକାଇଦେଉଛନ୍ତି। ସେମିତି କଂଗ୍ରେସର କୃଷି ଋଣ ଛାଡ଼ ସାଙ୍ଗରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାକୁ ତୁଳନା କରିଥିଲେ। ଆଉ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧିଙ୍କୁ।

ମୋଦି ଓ ଶାହାଙ୍କଠାରୁ ଯାହା ଶୁଣିବାକୁ ଆତୁରରେ ଅପେକ୍ଷା କରିଥିଲେ ରାଜ୍ୟ ବିଜେପି ନେତାଏ। ଆଉ ଆଜି ସେମାନେ ପୁଣି ଜୋଶକୁ ଆସିଯାଇଛନ୍ତି। ରାଜ୍ୟ ବିଜେପି ନେତା ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କଳିଙ୍ଗନଗରଠାରୁ ଗୁମଡୁମାହ, ଆବାସିକ ବିଦ୍ୟାଳୟର ଛାତ୍ରୀ ମା ହେବା ପ୍ରସଙ୍ଗ ଉଠାଇଥିଲେ। ଅମିତ ଶାହା ବିଜେପି ଜନଜାତି ମୋର୍ଚ୍ଚାର କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ପରେ ତୁରନ୍ତ ଯାଇଥିଲେ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆଜି ସେଠାରେ ରାତ୍ରି ଯାପନ କରିଛନ୍ତି।

ଅମିତ ଶାହଙ୍କ ପଏଣ୍ଟ

 ବିଜେଡି ସରକାର ପୋଡା ଟ୍ରାନ୍‌ସଫର୍ମର

ବିଜେଡି – କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାଖ

ବିଜେଡି, କଂଗ୍ରେସର ବି ଟିମ

ଓଡିଶାରେ ଆଦିବାସି ସୁରକ୍ଷିତ ନୁହଁନ୍ତି

ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ନହେବାକୁ ନେଇ ପୁଣି ଉଠାଇଲେ ପ୍ରଶ୍ନ

ଆବାସିକ ବିଦ୍ୟାଳୟର ଛାତ୍ରୀ ମା ହେବା ପ୍ରସଙ୍ଗ ଉଠାଇଲେ

କେନ୍ଦ୍ରୀୟ ଅନୁଦାନର ଜବାବ ମାଗିଲେ

କୃଷି ଋଣ ଛାଡ଼ କଥା କହି ରାହୁଲଙ୍କୁ କଲେ ଟାର୍ଗେଟ

ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ