ପୁରୀରେ ଅମିତ ଶାହାଙ୍କ ରୋଡ ଶୋ’

ପୁରୀ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଥମି ଯାଇଛି। ମାତ୍ର ଦ୍ଵିତୀୟ ପର୍ୟ୍ୟାହୟ ମତଦାନ ହେବାକୁ ଥିବା ଅଞ୍ଚଳରେ ରାଜନୈତିକ ଦଳ ଗୁଡିକ ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଛି। ଓଡ଼ିଶାରେ ମିଶନ ୧୨୦ରେ ଜୁଟିଥିବା ବିଜେପି ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ଜରିଆରେ ପ୍ରଚାରକୁ ଜୋରଦାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏହି ତିନି ଦିନ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦୁଇ ଥର ଓଡ଼ିଶା ଗସ୍ତ କରିଛନ୍ତି। ଆଜି ଶାହା ଜଗନ୍ନାଥ ଧାମ ପୁରୀରେ ମେଗା ରୋଡ୍ ଶୋ କରି ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ବିଶାଳ ରୋଡ୍ ସୋରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିଛି। ସୂଚନା ମୁତାବକ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହା ପରେ ପୁରୀ ସିଂହ ଦ୍ଵାରରୁ ଆରମ୍ଭ ହୋଇଥିଲା ବିଜେପିର ବିଶାଳ ରୋଡ଼୍ ସୋ। ଏଥିରେ ଅମିତ୍ ଶାହାଙ୍କ ସହିତ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ରଙ୍କ ସମେତ ଅନେକ ବିଜେପି ନେତା ସାମିଲ ହୋଇଥିଲେ।

ଅମିତ୍ ଶାହା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏବଂ ବିଜେପି ବିଧାୟକଙ୍କ ପାଇଁ ଏହି ରୋଡ୍ ଶୋ ଜରିଆରେ ପ୍ରଚାର କରି ଦଳର ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ରୋଡ୍ ଶୋରେ ହଜାର ସଂଖ୍ୟକ ବିଜେପି କର୍ମୀ ଓ ସମର୍ଥକଙ୍କ ଗହଳି ଜମିଥିଲା। ମୋଦୀଙ୍କ ଡବଲ ଇଂଞ୍ଜିନ କୁ ଆଣିବା ପାଇଁ ନୁଆଁ ଭାରତର ସଂକଳ୍ପ ନେଇ  ଅମିତ ଶାହା ଜୀଙ୍କ ରୋଡ଼ ଶୋ କରିଛନ୍ତି। ଏହି ସମୟରେ ପୂରା ବଡ଼ଦାଣ୍ଡ ବିଜେପିମୟ ହୋଇ ଉଠିଥିଲା।