ଓଡିଶାରେ ଅମିତ ଶାହା

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଅମିତ ଶାହା ବିଜେପିର ନିର୍ବାଚନୀ ଇସ୍ତାହାର ‘ସଙ୍କଳ୍ପ ପତ୍ର’ ପ୍ରକାଶ କରିଛନ୍ତି । ଅମିତ ଶାହାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ବିଜୟ ମହାପାତ୍ର ଉପସ୍ଥିତ ରହିଛନ୍ତି । କିଛି ପରେ ଅମିତ ଶାହା ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । ପୋଲସରା ଓ ବରଗଡରେ ଆୟୋଜିତ ସମାବେଶରେ ଅମିତ ଶାହା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।