ମେଡିକାଲରୁ ସୁସ୍ଥ ହୋଇ ଫେରିଲେ ଅମିତ୍‌ ଶାହା

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ । ନିକଟ ଅତୀତରେ ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଗତ ଅଗଷ୍ଟ ୧୮ ତାରିଖରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ୍ (ଏମ୍ସ) ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଶନିବାର ଦିନ ଏମ୍ସ ପକ୍ଷରୁ ଜାରି ସୂଚନାରେ କୁହାଯାଇଥିଲା ଯେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି । ତାଙ୍କୁ ଯେକୌଣସି ମୂହୁର୍ତ୍ତରେ ମେଡିକାଲରୁ ଡିସଚାର୍ଜ କରି ଦିଆଯାଇପାରେ । ପୋଷ୍ଟ କୋଭିଡ କେୟାର ଲାଗି ତାଙ୍କୁ ଏମ୍ସରେ ଭର୍ତ୍ତି କରଯାଇଥିଲା ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨ ତାରିଖରେ ଅମିତ ଶାହ କରୋନା ସଂକ୍ରମିତ ହୋଇଥିଲେ । ଯାହାକୁ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ଅଗଷ୍ଟ ୧୪ରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ ବାହାରିଥିଲା ।