ଏମ୍‌ସରୁ ଡିସଚାର୍ଜ ହେଲେ ଅମିତ ଶାହା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରୁ ଡିସ୍‌ ଚାର୍ଜ ହେଲେ ଗୃହ ମନ୍ତ୍ରୀ ଅମିତ ଶାହା। ଆଡମିଶନ୍ ହେବାର ଚାରି ଦିନ ପରେ ଆଜି ହସ୍ପିଟାଲ୍‌ରୁ‌ ଡିସ୍‌ ଚାର୍ଜ ହେଇଛନ୍ତି ଶାହା। କରୋନା ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ପୁଣି ଅସୁସ୍ଥ ହେବାରୁ ଦିଲ୍ଲୀ ଏମ୍‌ସରେ ଆଡମିଶନ ହୋଇ ଥିଲେ ଶାହା। ଅମିତ ଶାହା ସୋମବାର ଠାରୁ ସଂସଦ ଅଧୀବେଶନରେ ଯୋଗଦେବା ନେଇ ସୂଚନା ମିଳିଛି।