୧୫ରେ ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା

ଭୁବନେଶ୍ୱର: ପୁଣିଥରେ ୧୫ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶୁକ୍ରବାର ସକାଳେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚି ସେଠାରୁ ହେଲିକାପ୍ଟର ଯୋଗେ ଦୁର୍ଗାପାଲି ପଡ଼ିଆରେ ପହଂଚି ସମଲେଶ୍ୱରୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବେ । ପରେ ଶାହା ଜେଲ ଛକ ପାଖରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ମଧ୍ୟାହ୍ନରେ ଶାହା ସିଟି ଷ୍ଟେସନ ପାଖ ପଡ଼ିଆରେ କାର୍ଯ୍ୟକର୍ତା ସମାବେଶରେ ଯୋଗ ଦେଇ ଉଦବୋଧ ଦେବେ । ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ଢ଼େଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀର ବୁଥସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ଋଣନୀତି ନେଇ ଶାହା ଆଲୋଚନା କରିବେ । ଅପରାହ୍ନରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଶାହା ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।