ଆସନ୍ତା କାଲି ଓଡିଶା ଆସୁଛନ୍ତି ଅମିତ ଶାହା

କେନ୍ଦୁଝର:୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇସାରିଛି । ଏହାପରେ ବାକି ଥିବା ଅନ୍ୟ ୩ଟି ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାରକୁ ଜୋର ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେପିର ପ୍ରଚାର ଜୋର ଧରିବାରେ ଲାଗିଛି । କାଲି ପୁଣି ବିଜେପି ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।

ସାଧାରଣ ନିର୍ବାଚନ ପାଇଁ ନେତାଙ୍କ ପ୍ରଚାର ସରଗରମ ହୋଇଛି ।ବିଜେପି ଅଧ୍ୟକ୍ଷ ଅମିତ ଶାହା ନିକଟରେ  ଅନେକ ଥର ଓଡ଼ିଶା ଆସି ନିଜ ଉଦବୋଧନ ଦେଉଛନ୍ତି । ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ କାଲି ପୁଣି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କରିବେ । ଶାହା କାଲି କେନ୍ଦୁଝର ଜିଲ୍ଲା ଗସ୍ତ କରିବେ । ସେଠାରେ ସେ କର୍ମୀଙ୍କୁ ସମ୍ବୋଧନ କରିବେ । କେନ୍ଦୁଝର ମେଡିକାଲ କଲେଜ ପଡିଆରେ ଏହି ସଭାକୁ ଆୟୋଜନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି ।ସୂଚନାଯୋଗ୍ୟ କି, ଗତ ୩୦ ଦିନ ମଧ୍ୟରେ ଏହା ଅମିତ ଶାହାଙ୍କ ପଂଚମ ଓଡିଶା ଗସ୍ତ ।