ଆଜି ଓଡିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ବର : ଓଡ଼ିଶାରେ ବିଜେପିର ସ୍ଥିତିକୁ ସୁଦୃଢ କରିବା ପାଇଁ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଗସ୍ତରେ ଆସୁଛନ୍ତି। ଓଡିଶାରେ ପହଞ୍ଚିଲା ପରେ ଶାହା କେନ୍ଦୁଝର ଜିଲା ଗସ୍ତ କରି କଲେଜ ପଡିଆରେ ଆୟୋଜତି ସଭାରେ ଯୋଗ ଦେବେ। ମିଶନ ୧୨୦କୁ ସଫଳ କରିବା ପାଇଁ ସେ ବିଜେପି କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବେ।
ଅମିତ ଶାହାଙ୍କ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେହିପରି ଅମିତ ଶାହା ପୁଣି ୧୭ ତାରିଖରେ ଓଡିଶା ଆସି ବଡମ୍ବା ଓ ଢେଙ୍କାନାଳ ସଭାରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।