ପୁରୀ ଆସୁଛନ୍ତି ଆମିକସ୍‌ କ୍ୟୁରୀ ଓ ସଲିସିଟର୍‌ ଜେନେରାଲ

ପୁରୀ:ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରିବାକୁ ଶୁକ୍ରବାର ଓଡ଼ିଶା ଆସୁଛନ୍ତି ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେତା । ପୂର୍ବାହ୍ନ ସାଢ଼େ ଏଗାରଟା ସମୟରେ ପୁରୀରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହି ୨ଦିନିଆ ଗସ୍ତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମକସ୍‌ କ୍ୟୁରୀ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ।

ପୂର୍ବରୁ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିରେ ପରିବର୍ତ୍ତମନ କରାଯାଇ ଆଜି ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେତା ପୁରୀ ଆସିବେ । ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲଙ୍କ ପୁରୀ ଆସିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଅତିରିକ୍ତ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ପୁରୀରେ ଉଚ୍ଛେଦ ପ୍ରସଙ୍ଗରେସ୍ଥିତି ଅନୁଧ୍ୟାନ ନେଇ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୁରୀକୁ ବିଶ୍ୱ ଐତିହ୍ୟ ଓ ସୁରକ୍ଷା ଏବଂ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଲୋକେ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇଟି ଯାଚିକା ଦାଖଲ ହୋଇଥିଲା । ସୁପ୍ରିମକୋର୍ଟ ଏହାକୁ ଖାରଜ କରିଥିଲେ । ଏହା ସହିତ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଆମିକସ୍ କ୍ୟୁରୀ ଓ ସଲିସିଟର୍‌ ଜେନେରାଲଙ୍କୁ ଘଟଣାସ୍ଥଳକୁ ଆସି ସ୍ଥିତି ସମୀକ୍ଷା କରିବାକୁ ଅନୁରୋଧ କରିଥିଲେ । ଉଭୟ ପୁରୀ ଆସିବାକୁ ସହମତି ପ୍ରକାଶ କରିଥିଲେ ।