ମୋଦୀଙ୍କୁ ପ୍ରଶଂସା କଲେ ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ

ଚିକାଗୋ:ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସି ଜଳବାୟୂ ପରିବର୍ତନ ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ମୋଦୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ମହାତ୍ମା ଗାନ୍ଧିଙ୍କ ବିଚାରକୁ ଆଗକୁ ନେଇଛନ୍ତି ବୋଲି ନାନ୍ସି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ନାନ୍ସି ହିଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ମଂଜୁରି ଦେଇଥିଲେ । ଏହା ବ୍ୟତୀତ ସେ ଟ୍ରମ୍ପଙ୍କ ବଭିନ୍ନ ନିଷ୍ପତିକୁ ବିରୋଧ ମଧ୍ୟ କରିଥାନ୍ତି । କାଲିଫର୍ଣ୍ଣିଆରୁ ଡେମୋକ୍ରେଟିକ୍ ପାର୍ଟିର ସାଂସଦ ନାନ୍ସି ପେଲୋସି ଆମେରିକାର ପ୍ରତିନିଧି ସଭାର ମଧ୍ୟ ସ୍ପିକର ଅଟନ୍ତି ।

ପେଲୋସି ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ମନାଇବା ପାଇଁ ଭାରତୀୟ ଦୂତାବାସଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସାମିଲ ହୋଇଥିଲା ।