ଟ୍ରାଫିକ ଜାମ୍ ଯୋଗୁଁ ଚାଲିଗଲା ୫ ବର୍ଷ ଶିଶୁର ଜୀବନ

ଭୁବନେଶ୍ବର: ଟ୍ରାଫିକ ଜାମ୍ କାରଣରୁ ଚାଲିଗଲା ଜଣେ ଶିଶୁର ଜୀବନ । ନିରୋଦ ନାୟକ ନାମକ ଜଣେ ବ୍ୟକ୍ତି ନିଜ ୫ ବର୍ଷର ଶିଶୁକୁ କ୍ୟାପିଟାଲ ହସ୍ପିଟାଲରୁ କିମ୍ସ୍ ନେଇ ଯାଉଥିଲେ । ମାତ୍ର ନାଲକୋ ଛକରେ ଟ୍ରାଫିକ ଜାମ୍ କାରଣରୁ ଠିକ୍ ସମୟରେ ପହଂଚି ପାରିନଥିଲା ଶିଶୁ । ଫଳରେ ଚିକିତ୍ସା ଅଭାବରୁ ଶିଶୁଟି ପ୍ରାଣ ହରାଇଛି ।

OD-33Y-6019 ନମ୍ବର ଆମ୍ବୁଲାନ୍ସ ଯୋଗେ ଦିନ ୧୧ଟାରେ ଶିଶୁକୁ ଅଣାଯାଇଥିଲା ମାତ୍ର କ୍ୟାପିଟାଲ ହସ୍ପିଟାଲରୁ ନାଲକୋ ଛକ ଆସିବାକୁ ସାଧାରଣ ୨୦ ମିନିଟ ସମୟ ଲାଗୁଥିବା ବେଳେ ଟ୍ରାଫିକ ଜାମ୍ କାରଣରୁ ୪୫ ମିନିଟ ସମୟ ଲାଗିଥିଲା । ଏହାସହ ପ୍ରତି ଛକରେ ଆମ୍ବୁଲାନ୍ସ ୧୦-୨୦ସେକେଣ୍ଡ ରହିଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ଟ୍ରାଫିକ ଜାମ୍ କାରଣରୁ ଠିକ୍ ସମୟରେ ଆମ୍ବୁଲାନ୍ସ ପହଂଚି ପାରିନଥିଲା । ଦିନ ୧୦ଟାରୁ ୧ଟା ମଧ୍ୟରେ ପ୍ରାୟ ୮ଟି ଆମ୍ବୁଲାନ୍ସ ନାଲକୋ ଛକ ଦେଇ ଗତି କରିଥିବା ବେଳେ ୬ଟି ଆମ୍ବୁଲାନ୍ସ ସାଧାରଣ ରୁଟରେ ଯାଇଥିବା ବେଳେ ୨ଟି ଟ୍ରାଫିକ୍ ପୋଲିସ ସହାୟତାରେ ଅତିକ୍ରମ କରିଥିବା ଟ୍ରାଫିକ ଡିସିପି ଜଣାଇଛନ୍ତି।