“ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପ୍ ଶୁଭାରମ୍ଭ

ସ୍ୱାୟତ ଶାସନ ଦିବସ ୨୦୨୦ ପାଳିତ

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖ ହେଉଛି ସ୍ୱାୟତ ଶାସନ ଦିବସ । ଏହି ଦିବସ ପାଳନ ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଉକ୍ତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ama-sahar-mobile-aap-and-swachha-sahar-odisha-web-aap-launch

ଏହା କାର୍ଯ୍ୟକ୍ରମରେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିନ୍ତି ଯେ ପାରମ୍ପରିକ ପଦ୍ଧତି ଠାରୁ ଏ ବର୍ଷର ସ୍ୱାୟତ ଶାସନ ଦିବସ ପାଳନ ସମ୍ପୂର୍ଣ୍ଣ ଅଲଗା । ରାଜ୍ୟବାସୀ ଏକ କଠିନ ସମୟ ଦେଇ ଜୀବନ ଅତିବାହୀତ କରୁଥିଲେ ମଧ୍ୟ ପୌରପ୍ରଶାସନ ତାର ଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସମସ୍ତ ସେବା ପ୍ରଦାନ କରି ଆସୁଅଛି । ବିଗତ ଦିନ ମାନଙ୍କ ଠାରୁ ବର୍ତମାନ ବିଭାଗର କାର୍ଯ୍ୟଶୈଳୀ ରେ ଅନେକ ପରିବର୍ତନ ଆସିଛି । ଗୃହ ଓ ନଗରଉନ୍ନୟନ ବିଭାଗ , ପୌରପାଳିକା ମାନଙ୍କର ଦକ୍ଷତା ବୃଦ୍ଧି ସହିତ , ସହରର ପରିମଳ ବ୍ୟବସ୍ଥାର ସୁଧାର , ଗରିବ ଖଟିଖିଆ , ମଜୁରିଆଙ୍କ ଜୀବିକାର ବ୍ୟବସ୍ଥା , ସୁସ୍ଥ ପରିବେଶ ତଥା ପୌର ନିୟମାବଳୀରେ ସଂଶୋଧନ ଆଣି ପୌର ପ୍ରଶାସନକୁ ଲୋକାଭିମୁଖୀ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ama-sahar-mobile-aap-and-swachha-sahar-odisha-web-aap-launch

ସେହିପରି ନୂତନ ଭାବରେ ଅଣା ଯାଇଥିବା ସହରୀ ମଜୁରୀ ନିଯୁକ୍ତି ପଦକ୍ଷେପ (Urban Wage Employment Initiative) ଆଜି ଭାରତର ସବୁ ରାଜ୍ୟର ଆଖି ଖୋଲି ଦେଇଅଛି । ଏଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ତାଙ୍କୁ ଶ୍ରୀ ଜେନା କୃତଜ୍ଞତା ଜଣାଇଥିଲେ । ଜାଗା ମିଶନ ପୌରପ୍ରଶାସନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ମ୍ୟୁନିସପାଲିଟି ଓ ଏନ୍‌.ଏ.ସିରେ ବସ୍ତିମାନଙ୍କରେ ରହୁଥିବା ଜନସାଧାରଣଙ୍କୁ ପଟ୍ଟା ଦେବା ସହିତ ଏକ ସୁସ୍ଥ ପରିବେଶ ସୃଷ୍ଟି କରୁଅଛି । ବସ୍ତି ଗୁଡିକରେ ତ୍ୱରାନିତ ଭାବେ ମାଇକ୍ରୋ କାର୍ଯ୍ୟକଳାପ କେନ୍ଦ୍ର ((Micro Activity Centre) ଓ ଖୋଲା ସ୍ଥାନ ବିକାଶ (Open space Development) ମଧ୍ୟ କରାଯାଉଅଛି । ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଯୋଗୁଁ ଏତେଗୁଡିଏ କାର୍ଯ୍ୟ ସମ୍ଭବପର ହୋଇ ପାରି ଅଛି ।  ଚଳିତ ବର୍ଷ ଓଡିଶା ସବୁଠାରୁ ଦ୍ରୃତ ରାଜ୍ୟ ଭାବେ ଭାରତ ସରକାରଙ୍କ ଦ୍ୱାରା ବିବେଚନା କରାଯିବା ମଧ୍ୟ ଆହୁରି ଏକ ଆନନ୍ଦର ବିଷୟ । ଆଗାମୀ ଦିନ ମାନଙ୍କରେ ସମସ୍ତ ପୌରାଚଂଳ ନିଜର କର୍ତବ୍ୟ ନିଷ୍ଠା ଓ ପରିଶ୍ରମ ବଳରେ ସର୍ବ ଭାରତୀୟ ସ୍ତରରେ ପୁରସ୍କାର ଅର୍ଜନ କରନ୍ତୁ , ଏହା ଆଜି ଦିନରେ ସମସ୍ତଙ୍କ ପାଇଁ ଆହ୍ୱାନ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

ama-sahar-mobile-aap-and-swachha-sahar-odisha-web-aap-launch

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧୫୦ ଟି ମାଇକ୍ରୋ କମ୍ପୋଷ୍ଟିଂ ସେଟଂର ((Micro Composting Centre) ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଟାଳନା ନିମନ୍ତେ ସ୍ଥାପିତ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧା (Material Recovery Facility) ର ଶୁଭ ଉଦ୍‌ଘାଟନ କରିଥିଲେ । ରାଜ୍ୟର ସମସ୍ତ ସହରରେ ସେପ୍ଟେଜ ମ୍ୟାନେଜମେଂଟ ସୁନିଶ୍ଚିତ କରିବା ପାଇଁ ଭିଡିଓ କନଫରେନ୍ସି ମାଧ୍ୟମରେ ୫୧ ଟି ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପରିମଳ ସୁବିଧାର ସୁପରିଚାଳନା ନିମନ୍ତେ ଗୋଷ୍ଠୀଭିତିକ ସଂଗଠନ ଗୁଡିକୁ ନିୟୋଜିତ କରିବା କ୍ଷେତ୍ରରେ ରାଜ୍ୟର ନିରନ୍ତର ଉଦ୍ୟମକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଉରକେଲା ମ୍ୟୁନିସପାଲ କର୍ପୋରେସନ , ଅନୁଗୋଳ , ବାଲେଶ୍ୱର ଏବଂ ଢେଙ୍କାନାଳ ମ୍ୟୁନିସପାଲିଟିର ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪ଗୋଟି ସେପ୍ଟେଜ ଟ୍ରିଟମେଂଟ ପ୍ଲାଂଟର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରଦାନ କରିଥିଲେ ।

ama sahar mobile aap and swachha sahar odisha web aap launch

୫ -ଟି ଆଦର୍ଶର ଏକ ଅଂଶ ଭାବରେ ସହରାଂଚଳରେ ଉତମ ସେବା ଯୋଗାଇ ଦେବା ନିମନ୍ତେ “ଆମ ସହର” ମୋବାଇଲ ଆପ୍ ଏବଂ “ସ୍ୱଚ୍ଛ ସହର ଓଡିଶା” ୱେବ୍ ଆପ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଛି । ପୌରସଂସ୍ଥା ଗୁଡିକରେ ଉତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତା ଆଣିବ । ସ୍ୱଚ୍ଛ ସର୍ବେକ୍ଷଣ -୨୦୨୦ରେ ଶ୍ରେଷ୍ଠତା ପ୍ରଦର୍ଶନକାରୀ ପୋରସଂସ୍ଥା , ବ୍ରହ୍ମପୁର ମହାନଗର ନିଗମ , ପାରାଦୀପ ,ଯୋଡା , ବଡବିଲ  ,ଢେଙ୍କାନାଳ , ରାଜଗାଙ୍ଗପୁର , ବ୍ୟାସନଗର , ଚୌଦ୍ୱାର ମ୍ୟୁନିସପାଲିଚି ଏବଂ କୋଟପାଡ ଏନ.ଏ.ସିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ । ସହର ଗୁଡିକୁ ଅଧିକ ପରିସ୍କାର ପରିଚ୍ଛନ କରିବାରେ ଆମର ପୌର ସଂସ୍ଥାମାନଙ୍କ ଦ୍ୱାରା ମିଳୁଥିବା ସଫଳତା ପାଇଁ ଗର୍ବିତ ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରୟାସକୁ ପ୍ରଶଂସା କରିଥିଲେ । କୋଭିଡ୍‌-୧୯ ମହାମାରୀ ସମୟରେ ନିରନ୍ତର ତଥା ନିଷ୍ଠାପର ଉଦ୍ୟମ ପାଇଁ ସେ ପରିମଳ ଯୋଦ୍ଧାମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱାୟତ ଶାସନ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଶେଷରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।