ବଲିଉଡରେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍ ଷ୍ଟାର ରାମ ଚରଣ, ପ୍ରଭାସ ଙ୍କ ପରେ ଏବେ ଆଉ ଜଣେ ତେଲୁଗୁ ଷ୍ଟାର ବଲିଉଡରେ ଡେବ୍ୟୁ କରିଛନ୍ତି । ସେ ହେଉଛନ୍ତି ଅଲ୍ଲୁ ଅର୍ଜୁନ । ସେ ଏହି ସରପ୍ରାଇଜ୍ ନିଜ ବାର୍ଥ ଡେ’ରେ ଫ୍ୟାନ୍ସମାନଙ୍କୁ ଦେଇଛନ୍ତି ।

ବୁଧବାର ନିଜ ଜନ୍ମଦିନରେ ନିଜର ପ୍ରଥମ ବଲିଉଡ ଫିଲ୍ମ “ପୁଷ୍ପା”ର ଫାଷ୍ଟ ଲୁକ୍ ନିଜ ଟ୍ୱିଟରରେ ସେୟାର କରିଛନ୍ତି । ନିଜ ଟ୍ୱିଟରରେ ୨ଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜଣେ ଗାଉଁଲି ଲୋକ ଭାବେ ସାଧାରଣ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି । ଆଖିରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିଛି ।

ଏହି ଫିଲ୍ମଟି ହିନ୍ଦୀ ସମେତ ୫ଟି ଭାଷାରେ ରିଲିଜ୍ ହେବ । ଏଥିରେ ତାଙ୍କ ଅପୋଜିଟରେ ଅଛନ୍ତି ଅର୍ଜୁନ ରେଡ୍ଡୀ ଫେମ୍ ରଶ୍ମିକା ମନ୍ଦନ୍ନା ।