ଆଜମ ଖାନଙ୍କ ପୁଅ ଅବଦୁଲ୍ଲାଙ୍କର ବିଧାନସଭା ନିର୍ବାଚନ ରଦ୍ଦ

ଲକ୍ଷେ୍ନø: ଉତରପ୍ରଦେଶ ରାମପୁର ଲୋକସଭା ସାଂସଦ ତଥା ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଆଜମ ଖାନଙ୍କର ବୁଧାନସଭା ନିର୍ବାଚନ ରଦ୍ଦ ହୋଇଛି । ଜାଲ ପ୍ରମାଣପତ୍ର ଦାଖଲ କରି ନିର୍ବାଚନ ଲଢ଼ି ଜିତିଥିବା ଅଭିଯୋଗକୁ କେନ୍ଦ୍ର କରି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ବିଧାୟକ ଅବଦୁଲ୍ଲାଙ୍କ ବିଧାନସଭା ନିର୍ବାଚନ ରଦ୍ଦ କରିଛନ୍ତି ।

ପ୍ରକାଶ ଯେ,୨୦୧୭ ମସିହାରେ ସ୍ୱାର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଏସପିର ବିଧାୟକ ପ୍ରାର୍ଥୀ ନବାବ କାଜିମ ଅଲ୍ଲୀ ବିଧାୟକ ଅବଦୁଲ୍ଲାଙ୍କ ଦସ୍ତାବିଜକୁ ଚ୍ୟାଲେଞ୍ଜ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ତାଙ୍କର ଅଭିଯୋଗରେ ଦର୍ଶାଇଥିଲେ ଯେ ଅବଦୁଲ୍ଲା ଆଜମ ଖାନଙ୍କ ବୟସ ୨୫ ବର୍ଷ ହୋଇନାହିଁ। ଏଣୁ ତାଙ୍କର ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ନବାବ କାଜିମ ଅଲ୍ଲୀ ଦାବି କରିଥିଲେ।

ଏହାପରେ ସେହି ମାମଲା ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଚାଲିଥିଲା। ନବାବ କାଜିମ ଅଲ୍ଲୀ ପ୍ରମାଣ ସ୍ୱରୂପ ବିଧାୟକ ଅବଦୁଲ୍ଲାଙ୍କ ଦଶମ ଶ୍ରେଣୀ ମାର୍କ ସିଟ୍, ପ୍ୟାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନସ ନ୍ୟାୟାଳୟରେ ଉପସ୍ଥାପିତ କରିଥିଲେ।। ଦଶମ ଶ୍ରେଣୀ ମାର୍କ ସିଟ୍ ଅନୁଯାୟୀ ଅବଦୁଲ୍ଲା ଆଜମ ଖାନଙ୍କ ଜନ୍ମ ତାରିଖ ହେଲା ୧୯୯୩ ମସିହା ଜାନୁଆରି ୧ । ଏପରିକି ଅବଦୁଲ୍ଲାଙ୍କ ପ୍ୟାନ୍ କାର୍ଡ ଓ ଡ୍ରାଇଭିଂ ଲାଇସେନସରେ ବି ଜନ୍ମ ତାରିଖ ୧୯୯୩ ମସିହା ଜାନୁଆରି ୧ ଥିବା ଦର୍ଶାଇଥିଲେ।