ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର: ରାଜ୍ୟରେ ଖାଲି ହୋଇଥିବା ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।

ଶାସକ ବିଜୁ ଜନତା ଦଳ ୪ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିଲା । ସମସ୍ତ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ରାଜ୍ୟସଭାକୁ । ନିର୍ବାଚିତ ସଭ୍ୟମାନେ ଏପ୍ରିଲ ୨ରେ ରାଜ୍ୟସଭାର ସଭ୍ୟ ଭାବେ ଶପଥ ନେବେ । ତେବେ ୪ ଜଣ ପ୍ରାର୍ଥୀ ବ୍ୟତୀତ ଆଉ କୌଣସି ପ୍ରାର୍ଥୀ ନଥିବାରୁ ଶାସକ ଦଳର ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହନ୍ତ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।