ଲକ୍ଷେ୍ନø: ଉତରପ୍ରଦେଶରେ ଶୀତର ମାତ୍ରା ବଢ଼ିବାରେ ଲାଗିଛି । ଯେଉଁଥି କାରଣରୁ ୨୦ ପର୍ଯ୍ୟନ୍ତ ଅର୍ଥାତ୍ ଆସନ୍ତା କାଲି ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତି ଦିଆଯାଇଛି । ଅନ୍ୟପଟେ ପୂର୍ବରୁ ଜିଲ୍ଲା ସ୍ତରରେ ଅନେକ ଜିଲ୍ଲା ଅଧିକାରୀ ସ୍କୁଲକୁ ଡିସେମ୍ବର ୨୦ ଓ ୨୧ରେ ବନ୍ଦ କରିବାକୁ ଆଦେଶ ଜାରି କରିଥିଲେ ।
ରାଜ୍ୟ ସରକାରଙ୍କ ନିଷ୍ପତିରେ ଶୀତ ଯୋଗୁଁ ପ୍ରଭାବିତ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଲକ୍ଷେ୍ନø, ବାରାଣସୀ, କାନପୁର, ବରେଲି, ଗାଜିଆବାଦ ସମେତ କିଛି ସହରର ଜିଲ୍ଲା ଅଧିକାରୀ ପ୍ରଥମେ ଶୀତ ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଡିସେମ୍ବର ୨୦ ରୁ ୨୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନେଇଥିଲେ ।
ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ପାଗ ବଦଳିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ଆଗାମୀ ଦିନରେ ଥଣ୍ଡା ଆହୁରି ବଢ଼ିବ । ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି ।