ଆସନ୍ତାକାଲିଠାରୁ ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ

ଆସନ୍ତାକାଲିଠାରୁ ୩ ଦିନ ପାଇଁ ରାଜ୍ୟର ସବୁ ସ୍କୁଲ ବନ୍ଦ ରହିବ । ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ । ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧି ପାଇଁ ୧୮ ରୁ ୨୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବାବେଳେ ଏଭଳି ସ୍ଥିତି ଆସନ୍ତା ୩ ଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିିଛି ।

ଏପରିକି ଏକାଧିକ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ରହିବ ଏପରିକି ୪୫ ଡିଗ୍ରୀ ଛୁୁଇଁବ ବୋଲି ଆକଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏହି ୩ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ସରକାର ।