ମାଲକାନଗିରିର ସବୁ ସ୍କୁଲ୍‌ ୨ ଦିନ ପାଇଁ ଛୁଟି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ  ଜିଲ୍ଲାର ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ଆଜି ଓ ଆସନ୍ତାକାଲି ଦୁଇ ପାଇଁ ଛୁଟି ଘୋଷଣା କରାଯାଇଛି।

ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ପୁଣି ସ୍ଥିତି ବେହାଲ ହୋଇପଡ଼ିଛି। ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରକୋଣ୍ଡା, କୋକରକୁଣ୍ଡା ଓ ଏମ୍‌ଭି-୩୬ ପୋଲ ଉପରେ ୫ ଫୁଟର ପାଣି ଚାଲିଛି। ଫଳରେ ମାଲକାନଗିରିରୁ ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସମସ୍ୟା ସୃଷ୍ଟି ହୋଇଛି।

ଗତ ୪ ଦିନ ତଳେ ମଧ୍ୟ ଲଗାଣ ବର୍ଷା ଯୋଗୁ ମାଲକାନଗିରି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ପରେ ବର୍ଷା କମିବାରୁ ସ୍ଥିତି ସୁଧୁରିଥିଲା। ତେବେ ଗତକାଲି ରାତିରୁ ପୁଣି ଥରେ ଜୋର ବର୍ଷା ଯୋଗୁ ହଠାତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି।