କରୋନା ଭୟ : ଶିକ୍ଷାନୁଷ୍ଠାନ ଛୁଟି, ସିନେମା ହଲ ସୁଇମିଂ ପୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ କୋରୋନା ବିପର୍ଯ୍ୟୟ । ଆଜି କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଏହାସହ କୋରୋନା ମୁକାବିଲା ପାଇଁ ୨୦୦ ଶହ କୋଟି ଟଙ୍କା ଅନୁଦାନ ମଧ୍ୟ ଘୋଷଣା ହୋଇଛି । ଏତଦ ବ୍ୟତୀତ ୩୧ ମାର୍ଚ୍ଚ ଯାଏଁ ସବୁ ସ୍କୁଲ, କଲେଜ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।

ପ୍ରତିଷେଧ ମୂଳକ ଭାବେ ସମସ୍ତ ସୁଇମିଂ ପୁଲ, ସିନେମା ହଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ସରକାର । କୋରୋନା ମୁକାବିଲା ପାଇଁ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ପରାର୍ମଶ ଦିଆଯାଇଛି । ଆଜି କ୍ୟାବିନେଟ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି ।