ଦିବ୍ୟାଙ୍ଗଙ୍କ ପାଇ ଖୁସି ଖବର, ସପ୍ତାହକୁ ଥରେ ସାଇନ ଲାଙ୍ଗୁଏଜ ବୁଲେଟିନ

ନୂଆଦିଲ୍ଲୀ: ଦେଶର ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବାକୁ ମୋଦି ସରକାର ଅନେକ ଯୋଜନା କରିଛନ୍ତି । ଦିବ୍ୟାଙ୍ଗଙ୍କୁ ଦେଶ ବିଦେଶର ସମସ୍ତ ଖବର ସହ ଅବଗତ କରାଇବା ପାଇଁ ଏକ ଉତ୍ତମ ନିଷ୍ପତ୍ତି ନେଇଛନ୍ତି ସରକାର । ଏଣିକି ଟିଭି...

ନୂଆଦିଲ୍ଲୀ: ଦେଶର ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବାକୁ ମୋଦି ସରକାର ଅନେକ ଯୋଜନା କରିଛନ୍ତି । ଦିବ୍ୟାଙ୍ଗଙ୍କୁ ଦେଶ ବିଦେଶର ସମସ୍ତ ଖବର ସହ ଅବଗତ କରାଇବା ପାଇଁ ଏକ ଉତ୍ତମ ନିଷ୍ପତ୍ତି ନେଇଛନ୍ତି ସରକାର । ଏଣିକି ଟିଭି ଚ୍ୟାନେଲ ଗୁଡିକରେ ଦିବ୍ୟାଙ୍ଗଙ୍କ ଉଦ୍ଦେଶ୍ୟରେ ସପ୍ତାହକୁ ଥରେ ସାଙ୍କେତିକ ଭାଷାରେ ପ୍ରସାରିତ ହେବ ଖବର ।

ସମସ୍ତ ଟିଭି ଚ୍ୟାନେଲ ଗୁଡିକରେ ସାଙ୍କେତିକ ଭାଷାରେ ଖବର ପ୍ରସାରଣ ନେଇ ସରକାର ନିଷ୍ପତ୍ତି ନେଇ ଥିବା କେନ୍ଦ୍ରୀୟ ସୁଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି ।

ସାଙ୍କେତିକ ଭାଷାରେ ସପ୍ତାହକୁ ଥରେ ନ୍ୟୁଜ ବୁଲେଟିନ ଚଲାଇବାକୁ ସମସ୍ତ ପ୍ରାଇଭେଟ ଟିଭି ଚ୍ୟାନେଲଗୁଡିକୁ ଅନୁରୋଧ କରାଯାଇଥିବା ପ୍ରକାଶ କହିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତେ ସକାରାତ୍ମକତାର ସହ ସ୍ବୀକାର କରିଥିବା ପ୍ରକାଶ କହିଛନ୍ତି । ଏନେଇ ଗାଇଡ ଲାଇନ ମଧ୍ୟ ପ୍ରସ୍ତୁତ ହୋଇଥିବା ଜାଭେଦକର କହିଛନ୍ତି ।

Spread the love
Categories
ଦେଶ-ବିଦେଶ

RELATED BY