ପ୍ରଥମରୁ ନବମ ସମସ୍ତ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କୋରୋନା ପାଇଁ ସବୁ ସ୍କୁଲ ବନ୍ଦ ଥିବାବେଳେ ଏବେ ସବୁ ପରୀକ୍ଷାକୁ ସ୍ଥଗିତ ରଖିଛି ଗଣଶିକ୍ଷା ବିଭାଗ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମରୁ ନବମ ଯାଏ ଏହା ଲାଗୁ ହେବ । ଏହାସହ ଯୁକ୍ତଦୁଇ ପ୍ରଥମ ବର୍ଷ ପରୀକ୍ଷା ତାରିଖ ମଧ୍ୟ ସ୍ଥଗିତ ରହିଛି । ତେବେ ଦ୍ୱାଦଶ ପରୀକ୍ଷା ଚାଲୁରହିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ସେହିପରି ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତାର ମୂଲ୍ୟାୟନ ଚାଲୁ ରହିବ ବୋଲି କୁହାଯାଇଛି । ସେପଟେ ବିଦ୍ୟାଳୟ ବନ୍ଦ ହେବାରୁ ଶିକ୍ଷକ ସ୍କୁଲକୁ ଆସିବେ ନାହିଁ । କିନ୍ତୁ ସେମାନଙ୍କୁ ଫୋନ ଯୋଗେ ଯୋଗ।ଯୋଗ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।