ରାଜଧାନୀରେ ୬ଟା ପରଠାରୁ ବନ୍ଦ ରହିବ ହାଟ

ଭୁବନେଶ୍ୱର: ସନ୍ଧ୍ୟା ୬ଟା ପରଠାରୁ ରାଜଧାନୀରେ ବନ୍ଦ ରହିବ ହାଟ । କୋରୋନା ଯୋଗୁଁ ଏଭଳି ନିୟମ ଲାଗୁ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ ।


ବିଏମସି ଅଧିନରେ ଥିବା ସମସ୍ତ ହାଟ ସନ୍ଧ୍ୟା ୬ଟାରୁ ବନ୍ଦ ରହିବ । ସେହିପରି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସବ ଅଂଚଳରେ ହାଟ ଚାଲିବ । ତେବେ କୋରୋନାକୁ ଦୃଷ୍ଟିରେ ରଖି ବିଏମସି ଏଭଳି ନିଷ୍ପତି ଦିଆଯାଇଛି । ଅନ୍ୟପଟେ ସବୁ ସ୍ଥାନରେ ଗ୍ରୋସରୀ ଓ ମେଡ଼ିସିନ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ଆସନ୍ତା ୩୧ ମାର୍ଚ୍ଚ ଯାଏଁ ରହିବ । ହାଟ ଗୁଡ଼ିକୁ କୋରୋନା ସତର୍କତା ପାଇଁ ସଫାସୂତୁରା ରଖାଯିବାକୁ ବିଏମସି ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି ।