ବସଷ୍ଟାଣ୍ଡରେ ହେବ ସପିଂ ମଲ୍‌, ମଲ୍ଟିପ୍ଲେକ୍ସ;ପ୍ରତାପ ଜେନା

ଭୁବନେଶ୍ୱର:ବସଷ୍ଟାଣ୍ଡରେ ନିର୍ମାଣ ହେବ ସପିଂ ମଲ ଓ ଆବଶ୍ୟକସ୍ଥଳରେ ବଡ଼ ବସଷ୍ଟାଣ୍ଡରେ ମଲ୍ଟିପ୍ଲେକ୍ସର ବ୍ୟବସ୍ଥା କରାଯିବ ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟର ବସଷ୍ଟାଣ୍ଡରେ ଜନସାଧାରଣ ଅତ୍ୟାଧୁନିକ ସୁବିଧାସୁଯୋଗ ପାଇପାରିବେ । ଓଏସଆରଟିସିର ବସ ସଂଖ୍ୟା ବଢ଼ାଇବା ପାଇଁ ମଧ୍ୟ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଜେନା କହିଛନ୍ତି ।

ସେ କହିଛନ୍ତି, ବର୍ତମାନ ସୁଦ୍ଧା ମୋ ବସ ଅଧିକ ସଫଳ ହୋଇଛି। ଦୈନିକ ଏଥିରେ ପ୍ରାୟ ଏ ଲକ୍ଷ ଲୋକ ଆତଯାତ କରୁଛନ୍ତି। କ୍ରୁଟ୍ ପକ୍ଷରୁ ମୋ ବସ ସେବାକୁ ଅଧିକ ଉନ୍ନତ କରିବା ପାଇଁ ଏକ ୱାର୍କସପ୍ ଆୟୋଜିତ ହୋଇଛି । ଦେଶ ବାହାରୁ ବିଶେଷଜ୍ଞ ଆସି ଏହି ୱାର୍କସପରେ ଯୋଗ ଦେଇଛନ୍ତି । ବିଶ୍ୱରେ ଥିବା ବଡ଼ ବଡ଼ ସହରରେ ବସ ସେବା କିପରି ଚାଲିଛି ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶେଷଜ୍ଞଙ୍କ ମତ ଅନୁସାରେ ଆଗାମୀ ସମୟରେ ରାଜ୍ୟ ସରକାର ବସ୍ ସେବାକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଅନ୍ୟପଟେ ‘ମୋ ବସ୍’ ପାଇଁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟକୁ ପ୍ରଶଂସା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ମୋ ବସ୍ ସେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ପ୍ରଶଂସାର ସୁଅ ଛୁଟୁଛି । ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଆଉ ୧୮୯ ବସ୍ କିଣିବାର ଯୋଜନା ରହିଛି । ୫୦ଟି ବିଦ୍ୟୁତ ଚାଲିତ ବସ ସହ ମୋ ବସ୍ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ । ସବୁଠାରୁ ବଡ଼ ଖୁସିର କଥା ହେଲା ଜନସାଧାରଣଙ୍କ ନିକଟରୁ ଭଲ ଫିଡ଼ବ୍ୟାକ୍ ମଧ୍ୟ ମିଳୁଛି । ପ୍ରତ୍ୟେକ ମାସରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ୧ ଲକ୍ଷରୁ ଅଧିକ ଯାତ୍ରୀ ଯାତାୟାତ କରୁଛନ୍ତି  କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା   ।