ପୁରୀ: ଗୁଣ୍ଡିଚାବାଡିରେ ଲାଗିଛି ତିନି ରଥ । ମହାପ୍ରଭୁ କେତେବେଳେ ବିଜେ କରିବେ ଜନ୍ମବେଦୀକୁ ସମସ୍ତେ ଅପେକ୍ଷା କରିଛନ୍ତି । ୯ ଦିନିଆ ରଥଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ । ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି କରୋନା କଟକଣା ମଧ୍ୟରେ ଚତୁର୍ଧାମୂର୍ତି ରଥରୁ ପହଁଣ୍ଡିରେ ଜନ୍ମବେଦୀ ବା ଆଡପମଣ୍ଡପକୁ ବିଜେ କରିବେ ।
However in view of curfew in part of Puri, all are requested to avoid going to Puri today. It is again reiterated that Darshan of Trinity for devotees is NOT allowed. https://t.co/Eu2doyYkPn
— DGP, Odisha (@DGPOdisha) June 24, 2020
ଏହାପରେ ହୋଇଥାଏ ଆଡପଦର୍ଶନ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି । ଏବେ ଜନ୍ମବେଦୀରେ ବିନା ଭକ୍ତରେ ଠାକୁର ୯ ଦିନ ଦର୍ଶନ ଦେବେ । ତେବେ କରୋନା କଟକଣା କାରଣରୁ ଏହାକୁ ମଧ୍ୟ ବନ୍ଦ ରଖାଯାଇଛି । ଅନ୍ୟପଟେ ପୁରୀକୁ ଭକ୍ତଙ୍କୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଏ ନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ବର୍ତ୍ତମାନ ପୁରୀର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଥିବାରୁ ଭକ୍ତଙ୍କୁ ନ ଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜିପି ।