ଆଉ ଏକ ଫିଲ୍ମ ଅଫର ପାଇଲେ ଅଲିୟା

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଜୱାନୀ ଜାନେମନ’ ଜରିଆରେ ବଲିଉଡରେ ଏଂଟ୍ରି କରିଛନ୍ତି ଆଉ ଜଣେ ଷ୍ଟାର କିଡ୍‌। ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଅଲୟା ଫର୍ଣ୍ଣିଚରୱାଲାଙ୍କ ଡେବ୍ୟୁ ଫିଲ୍ମ ‘ଜୱାନୀ ଜାନେମନ’ ଶୁକ୍ରବାର ରିଲିଜ ହୋଇଯାଇଛି । ଡେବ୍ୟୁ କରିବା ସହ ସେ ଗ୍ଲାମର ଦୁନିଆରେ ଛାଇଯାଇଛନ୍ତି।

ବର୍ତମାନ ‘ଜୱାନୀ ଜାନେମନ’ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି । ହେଲେ ଅଲୟାଙ୍କ ଅଭିନୟର ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ନିଜ ଡେବ୍ୟୁ ଫିଲ୍ମ ଜରିଆରେ ଅଲୟା ସମସ୍ତଙ୍କୁ ଉପରେ ନିଜ ଯାଦୁ ବିଛାଇବାରେ ସଫଳ ହୋଇଛନ୍ତି ।

ଏବେ ସେ ବଲିଉଡର ଅନେକ ଫେମସ ନିର୍ଦ୍ଦେଶକଙ୍କ ନଜରରେ ଆସିଯାଇଛନ୍ତି । ଇତିମଧ୍ୟରେ ଚର୍ଚ୍ଚା ଜୋରଧରିଛି ଯେ ସେ ଖୁବଶୀଘ୍ର କରନ ଜୋହରଙ୍କ ‘ଷ୍ଟୁଡେଂଟ ଅଫ ଦ ଇୟର’ର ଫ୍ରାଂଚାଇଜରେ ନଜର ଆସିବେ । ଫିଲ୍ମର ସୁଟିଂ ଆଉ କିଛି ମାସ ପରେ ହେବାକୁ ଯାଉଛି ।

ପ୍ରକାଶ ଥାଉକି ‘ଜୱାନୀ ଜାନେମନ’ରେ ଅଲୟା, ସୈଫଙ୍କ ଝିଅ ଭୂମିକାରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ନିତିନ କକ୍କଡ ।