କୋରୋନା ପାଇଁ ସହାୟତାର ହାତ ବଢ଼ାଇଲେ ଅକ୍ଷୟ କୁମାର

ମୁମ୍ବାଇ: କୋରୋନା ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପିଏମ୍ କେଆର୍ସ ଫଣ୍ଡ” ଗଠନ କରି ସହାୟତା କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ତେବେ ଏହି ଟ୍ରଷ୍ଟ ହେବା ପରେ ବଲିଉଡର ଖିଲାଡୀ କୁମାର ପ୍ରଥମେ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି । ଅକ୍ଷୟ କୁମାର ଏହି ଫଣ୍ଡକୁ ୨୫କୋଟି ଟଙ୍କା ସହାୟତା କରିଛନ୍ତି ।

ଏନେଇ ଅକ୍ଷୟ କୁମାର ନିଜେ ଟ୍ୱିଟ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଟ୍ୱିଟ କରି ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ଅକ୍ଷୟ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଟୁଇଟରେ ଅକ୍ଷୟ କୁମାରଙ୍କୁ ଟ୍ୟାଗ କରି ମୋଦିଜୀ ଲେଖିଛନ୍ତି, ଉତମ କାର୍ଯ୍ୟ…….ସୁସ୍ଥ ଭାରତ ପାଇଁ ଦାନ କରିବା ଜାରି ରଖନ୍ତୁ।

‘ପିଏମ୍ କେଆର୍ସ ଫଣ୍ଡ’କୁ ଲଂଚ କରି ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଥିଲେ ଯେ, “ବିଭିନ୍ନ ବର୍ଗର ଲୋକ କୋଭିଡ -୧୯ ବିରୋଧରେ ଭାରତ ଲଢ଼ୁଥିବା ଯୁଦ୍ଧ ଲାଗି ଆର୍ଥକ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଲୋକମାନଙ୍କ ସେହି ଇଚ୍ଛାକୁ ସମ୍ମାନ ଜଣାଇ ‘ପିଏମ୍ କେଆର୍ସ ଫଣ୍ଡ’ ଗଠନ କରାଯାଇଛି। ଏକ ସୁସ୍ଥ ଭାରତ ଗଠନ  କରିବା ଦିଗରେ ଏହା ଏକ ଦୀର୍ଘମିଆଦୀ ପଦକ୍ଷେପ ହେବ ।