ପୁଣିଥରେ ସହାୟତାର ହାତ ବଢ଼ାଇଲେ ଖିଲାଡୀ କୁମାର

ମୁମ୍ବାଇ: ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ସେ ମୁମ୍ବାଇ ପୋଲିସ ଫାଉଣ୍ଡେସନକୁ ୨କୋଟି ଟଙ୍କା ଦାନ କରିଛନ୍ତି । ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଟୁଇଟ କରି ଅକ୍ଷୟ କୁମାରଙ୍କୁ ତାଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସିଂହ ଲେଖିଛନ୍ତି ଯେ, ମୁମ୍ବାଇ ପୋଲିସ ଫାଉଣ୍ଡେଶନରେ ୨ କୋଟି ଟଙ୍କା ସହଯୋଗ ପାଇଁ ମୁମ୍ବାଇ ପୋଲିସ ଅକ୍ଷୟ କୁମାରଙ୍କୁ ଧନ୍ୟବାଦ ଜଣାଉଛି । ଆପଣଙ୍କ ସହଯୋଗ ସହରର ସୁରକ୍ଷା ପାଇଁ ପ୍ରତିବଦ୍ଧ ମହିଳା ଓ ପୁରୁଷ ପୋଲିସ କର୍ମୀଙ୍କ ଜୀବନରେ ବହୁ ସହାୟତା ପ୍ରଦାନ କରିବ ।

ଟୁଇଟର ଜବାବରେ ଅଭିନେତା ଅକ୍ଷୟ କୁମାର କୋଭିଡ-୧୯ ସଂକ୍ରମଣରେ ନିଜର ଜୀବନ ହରାଇଥିବା ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ସୁର୍ଭେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ନିଜର ପ୍ରଶଂସକଙ୍କୁ ଫାଉଣ୍ଡେଶନରେ ସହଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେ ଟୁଇଟରେ କହିଛନ୍ତି, ମୁଁ ମୁମ୍ବାଇ ପୋଲିସର ହେଡ କନଷ୍ଟେବଳ ଚନ୍ଦ୍ରକାନ୍ତ ପେଣ୍ଡୁରକର ଓ ସନ୍ଦୀପ ସୁର୍ଭେଙ୍କୁ ସଲାମ କରୁଛି । ଏହି ଦୁଇ ଜଣ କରେନା ସହ ଲଢ଼େଇ କରି ନିଜ ଜୀବନ ହରାଇଛନ୍ତି । ମୁଁ ମୋର କାମ କରିଛି । ଆଶା କରୁଛି ଅପାଣ ମଧ୍ୟ କରିବେ । ଆମକୁ ମନେ ରିଖିବାକୁ ହେବ ଯେ, ତାଙ୍କ ପାଇଁ ଆମେ ସୁରକ୍ଷିତ ଓ ଜୀବିତ ।