ଆଜି ପବିତ୍ର ଅକ୍ଷୟ ତୃତୀୟା

ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟତୃତୀୟା । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଦିନଠାରୁ ହିଁ ରଥପାଇଁ କାଠ ଅନୁକୂଳ କରାଯାଇଥାଏ । କିନ୍ତୁ ଏଥର କରୋନା କଟକଣାକୁ ନେଇ ଗଜପତି ମହାରାଜ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତି ଅନୁଯାୟୀ, ଆନନ୍ଦବଜାର ଚାହାଣିମଣ୍ଡପରେ ରଥକାଠ ଅନୁକୂଳର ଆଦ୍ୟପର୍ବ ବନଯାଗ ନୀତି ଅନୁଷ୍ଠିତ ହେବ ।

କିନ୍ତୁ ଏଥିରେ ମଧ୍ୟ ତିନି ରଥର ମହାରଣା ,ରାଜଗୁରୁଙ୍କ ସମେତ ସିମୀତ ସଦସ୍ୟ ଏହି ସମୟରେ ଉପସ୍ଥିତ ରହିବେ । କିନ୍ତୁ ଅନୁକୂଳ ପରେ ବି ରଥ ନିର୍ମାଣ କାର୍ଯ୍ୟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିବ । ସେହିପରି ଆଜି ରାଜ୍ୟର ପ୍ରତ୍ୟେକଟି ଚାଷୀ ପରିବାର ବିଲରେ ଚାଷ କାର୍ଯ୍ୟ ଆରମ୍ଭର ପରମ୍ପରା ରହିଛି । ବର୍ଷର ପ୍ରଥମ ବିହନ ପ୍ରତିକାତ୍ମକ ଭାବେ ଆଜିହିଁ ବୁଣାଯିବାର ପରମ୍ପରା ରହିଛି । କିନ୍ତୁ ଏଥର ସାମଜିକ ଦୂରତା ରଖି ଏହା ସମାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।