ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ

ବିଜେଡି ଛାଡ଼ିଲେ ଆକାଶ ଦାସ ନାୟକ । ଆଜି ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରୁ ପଠାଇଛନ୍ତି ଇସ୍ତଫାପତ୍ର । ଯାଜପୁର ଜିଲ୍ଲା କୋରେଇରୁ ଥରେ ବିଧାୟକ ଥିଲେ ଆକାଶ ଦାସନାୟକ ।

୨୦୧୪ରୁ ୨୦୧୯ ଯାଏ ବିଧାୟକ ଥିଲେ । ଚମକ ହରାଉଛନ୍ତି ସେଲିବ୍ରିଟି ରାଜନେତା । ରୂପେଲି ପରଦାରେ କ୍ରେଜ ଥିବା ତାରକା ନିର୍ବାଚନ ମଇଦାନରେ ଫିକା ପଡୁଛନ୍ତି ।

୨୦୧୪ ନିର୍ବାଚନ ପରଠାରୁ ଅଭିନେତାରୁ ନେତା ପାଲଟିଥିବା ତାରକାଙ୍କ ଚମକ ଫିକା ପଡିବାରେ ଲାଗିଛି । ଅନେକ ତାରକା ରାଜନୀତିରୁ ଉଭେଇ ଗଲେଣି କିମ୍ବା ନିଷ୍କ୍ରିୟ ହୋଇ ରହିଛନ୍ତି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ, ଅପରାଜିତା ମହାନ୍ତି, ଶ୍ରୀତମ ଦାସ, ଅରିନ୍ଦମ ରାୟ, ପିଙ୍କି ପ୍ରଧାନ ପ୍ରମୁଖଙ୍କ କ୍ରେଜ୍ ୨୦୧୪ ପରେ ଆଉ ରାଜନୀତିରେ ଦେଖିବାକୁ ମିଳିନାହିଁ । ଆସନ୍ତା ନିର୍ବାଚନରେ ସେଲିବ୍ରଟି ନେତାଙ୍କ ଦବଦବା କିଭଳି ରହିବ ତାଉପରେ ନଜର ।