ବିଜେପିରେ ସାମିଲ ହେଲେ ଆକାଶ ଦାସ ନାୟକ

ବିଜେପିରେ ସାମିଲ ହେଲେ ପୂର୍ବତନ କୋରେଇ ବିଜେଡି ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ।ଆକାଶ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ। କୋରେଇ ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ନିଜ ସ୍ୱାଭିମାନ ପାଇଁ ବିଜେଡି ଛାଡ଼ିଥିଲେ ବୋଲି ଆକାଶ କହିଥିଲେ।

ସେ କହିଥିଲେ ଯେ ମୁଁ ମୋ ଅନ୍ତର ଆତ୍ମାର ସ୍ୱର ଶୁଣିଲି। ମୋର ଆତ୍ମସମ୍ମାନ ମୋର ଅଭିମାନ ଓ କରୋଇ ଜନସାଧାରଣଙ୍କ ସ୍ୱାଭିମାନ ପାଇଁ ମୁଁ ଆଜି ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି। ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇବାସୀଙ୍କ ସେବା ପାଇଁ ସମର୍ପିତ।

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆକାଶ କୋରେଇର ବିଧାୟକ ଥିଲେ। ଏହାପରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା। ତାଙ୍କୁ ମୋ କଲେଜ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଦଳର ବିଭିନ୍ନ କାର୍ଯ୍ୟରେ ଯୋଗ ଦେଉଥିଲେ। ଏଥର ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରି ଦଳୀୟ ନେତାଙ୍କୁ ଜଣାଇବା ସତ୍ତ୍ୱେ ବି ତାଙ୍କୁ ଟିକେଟ୍ ମିଳି ନଥିଲା। ଏଥିପାଇଁ ସେ କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଆକାଶ କହିଥିଲେ।