ପୁଣି ଥରେ ଚର୍ଚ୍ଚାରେ ଅମ୍ବାନୀ ପରିବାର


ମୁମ୍ବାଇ: କିଛି ଦିନ ତଳେ ଝିଅ ଈଶା ଅମ୍ବାନୀଙ୍କୁ ମୁକେଶ ଅମ୍ବାନୀ ବ୍ୟବସାୟୀ ଆନନ୍ଦ ପିରାମିଲ ସହ ବିବାହ କରାଇଥିଲେ । ନିମନ୍ତ୍ରଣ କାର୍ଡ ଠାରୁ ଆରମ୍ଭ କରି ବିବାହ ଶେଷ ପର୍ଯ୍ୟନ୍ତ ଅମ୍ବାନୀ ପରିବାରର ଚର୍ଚ୍ଚା ସୋସିଆଲ ମିଡିଆରେ ଚାଲିଥିଲା । ତାହା ଲୋକଙ୍କ ମନରୁ ଯାଇ ନ ଥିବାବେଳେ ପୁନର୍ବାର ଏଭଳି ଏକ ଖବର ମିଳିଛି, ଯାହା ନେଇ ପୁଣିଥରେ ଅମ୍ବାନୀ ପରିବାର ଚର୍ଚ୍ଚାର ପାତ୍ର ପାଲଟିଗଲେଣି । କଥାଟା ହେଉଛି ସେ ଏବେ ମୁକେଶ ଅମ୍ବାନୀ ଝିଅ ପରେ ପୁଅ ଆକାଶ ଅମ୍ବାନୀଙ୍କର ବାହାଘର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଲେଣି । ଆକାଶ ଓ ଶ୍ଳୋକା ମେହଟ୍ଟାଙ୍କ ବିବାହର ପ୍ରଥମ ନିମନ୍ତ୍ରଣ କାର୍ଡ ବାପା ମୁକେଶ ଅମ୍ବାନୀ ଏବଂ ମା’ ନୀତା ଅମ୍ବାନୀ ସିଦ୍ଧି ବିନାୟକ ମନ୍ଦିରରେ ସମର୍ପଣ କରିଛନ୍ତି । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବାରେ ଲାଗିଛି । ଯାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।