ଅଜୟଙ୍କ ସହ ନଜର ଆସିବେ ଏହି ସାଉଥ୍ ଆକ୍ଟ୍ରେସ୍‌

ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ “ତାନାଜୀ” ଏବେ ବକ୍ସ ଅଫିସରେ ଦର୍ଶକଙ୍କ ମନ କିଣିବା ସହ ବେଶ୍ ଭଲ ରୋଜଗାର କରୁଛି । ତେବେ ଏହି ଫିଲ୍ମର ଚର୍ଚ୍ଚା ଶେଷ ନ ହେଉଣୁ ଅଜୟଙ୍କ ଆଗାମୀ ଫିଲ୍ମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଖୁବଶୀଘ୍ର ଅଜୟଙ୍କ ଆଗାମୀ ଫିଲ୍ମ “ମୈଦାନ” ପରଦାକୁ ଆସିବ । ଯାହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି । ତେବେ ଏହି ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ସାମ୍ନାକୁ ଆସିଛି ।

ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଜୟଙ୍କ ଅପୋଜିଟରେ କେଉଁ ଅଭିନେତ୍ରୀ ଆସିବେ ତାହା ନେଇ ସମସ୍ତଙ୍କ ମନରେ ରହିଥିଲା ପ୍ରଶ୍ନ । ଯାହାର ଉତର ଏହି ଖବର ଜରିଆରେ ଜଣାପଡିଛି ।

ତେବେ ଏହି ଫିଲ୍ମରେ ଅଜୟଙ୍କ ଅପୋଜିଟରେ ସାଉଥ୍ ଆକ୍ଟ୍ରେସ୍ ପ୍ରୟାମଣି ଦେଖଦେବେ । ଯେ କି ପୂର୍ବରୁ ନ୍ୟାସନାଲ ଆୱାର୍ଡରେ ସମ୍ମାନିତ ମଧ୍ୟ ହୋଇସାରିଛନ୍ତି । ସୂଚନାଯ୍ୟୋ, ଏହି ଫିଲ୍ମରେ ଅଜୟ ଫୁଟବଲ କୋଚ୍ ଭୂମିକାରେ ନଜର ଆସିବେ । ଯାହା ଚଳିତ ବର୍ଷ ନଭେମ୍ବର ୨୭କୁ ରିଲିଜ୍ ହେବା ନେଇ ଖବର ମିଳିଛି ।