ଅଜୟଙ୍କ ପ୍ରେମିକା ଶ୍ରୀୟା

ମୁମ୍ବାଇ: ଭାରତୀୟ ଫିଲ୍ମ ଜଗତକୁ “ବାହୁବଲୀ” ଭଳି ସୁପରହିଟ୍ ସିନେମା ଦେବା ପରେ ନିର୍ଦ୍ଦେଶକ ଏସ.ଏସ ରାଜାମୌଲୀ ତାଙ୍କର ଆଗାମୀ ଫିଲ୍ମ “ତ୍ରିପଲ ଆର”କୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏହି ଫିଲ୍ମଟି ଏକ ବଡ଼ ବଜେଟ ଫିଲ୍ମ । ଏହି ଫିଲ୍ମରେ ଜୁନିୟର ଏନଟିଆର, ରାମ ଚରଣ , ଆଲିୟା ଭଟ୍ଟ ଏବଂ ଅଜୟ ଦେବଗନଙ୍କ ଭଳି ସୁରପଷ୍ଟାର କଳାକାର ମାନେ ଦେଖିବାକୁ ମିଳିବେ । ତେବେ ଫିଲ୍ମର ଷ୍ଟାର କାଷ୍ଟଙ୍କୁ ଲକ୍ଷ୍ୟ କରି ଫିଲ୍ମ ମଧ୍ୟ ସେଭଳି ଧମାକାରଦାର ହୋଇଥିବା ବୋଲି ଆଶା କରାଯାଉଛି ।

ତେବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଅଜୟ ଙ୍କ ପ୍ରେମିକା ସାଜିବେ ସାଉଥ୍ ଆକ୍ଟ୍ରେସ୍ ଶ୍ରୀୟା ସରନ । ତେବେ ପୂର୍ବରୁ ଏହି ଯୋଡିଙ୍କୁ ବଲିଉଡ ଫିଲ୍ମ “ଦୃଶ୍ୟମ୍‌” ରେ ଦେଖିବାକୁ ମିଳିଥିଲା । ଉଭୟଙ୍କ କେମେଷ୍ଟ୍ରୀ ଦର୍ଶକଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥିଲା । ଏହାକୁ ଲକ୍ଷ୍ୟ କରି ରାଜାମୌଲୀ ଏହି ଯୋଡିଙ୍କୁ ପୁଣିଥରେ ଏକାଠି ଆଣିବାକୁ ଯୋଜନା କରିଛନ୍ତି ।