ଆଜାଦ୍ ହିନ୍ଦ୍ ସେନାନୀ ପରିବାରର ଦୟନୀୟ ସ୍ଥିତି : ଫ୍ରିଫୁଡ ସେଣ୍ଟରରେ ପରିବାର ଖାଉଛନ୍ତି ଖାଦ୍ୟ

ବରଗଡ଼: ଶସତ୍ର ସଂଘର୍ଷ ଦ୍ବାରା ହିଁ ଦୁର୍ଦ୍ଦଶ ବିଟ୍ରିଶ ସାମ୍ରାଜ୍ୟ ହାତରୁ ” ଭାରତ ମାତା ” କୁ ମୁକ୍ତି ଦିଆଯାଇ ପାରିବ ଏଭଲି ଚିନ୍ତା ରଖି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜାଦ୍ ହିନ୍ଦ୍ ଫୌଜରେ ଶେଖ୍ ମହମ୍ମଦ ରମଜାନ୍ କ୍ବିରେସି ସାମିଲ ହୋଇଥିଲେ । ବିଟ୍ରିଶ ବିରୁଦ୍ଧରେ ସଂଘର୍ଷ ବେଳେ ତାଙ୍କ ବାମ ଗୋଡରେ ଲାଗିଥିବା ଗୁଳି ଚିହ୍ନ ମରିବା ପର୍ଯ୍ଯନ୍ତ ଚିହ୍ନିତ ଥିଲା । କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଏହା ଯେ ଆଜି ରମଜାନ କ୍ବିରେସି ଙ୍କ ପରିବାର ଅତି ଦୟନୀୟ ପରିସ୍ଥିତି ରେ ଗତି କରୁଛନ୍ତି । ସାରା ଦେଶ ଲକ୍ ଡାଉନ ଚାଲିଥିବା ବେଳେ ଚୁଡି ବିକ୍ରୀ କରି ପରିବାର ପରି ପୋଷଣ କରୁଥିବା ତାଙ୍କ ପରିବାର ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗ୍ରାମ ଠାରେ ସରକାରଙ୍କ ଦ୍ବାରା ଦିଆଯାଉ ଥିବା ” ଫ୍ରି ଫୁଡ୍ ” ସେଣ୍ଟରେ ପେଟ ପୋଷୁଛନ୍ତି ।

ajad hind senani parivar

ଓଡିଶା ସରକାରଙ୍କ ଠାରେ ବହୁ ଦାବି କଲା ପରେ ଗତ ୧୦ ବର୍ଷ ତଳେ ଶେଖ୍ ରମଜାନ କ୍ବିରେସି ଙ୍କ କେବଳ ବାର୍ଦ୍ଧକ୍ୟ ଉତ୍ତା ପ୍ରଦାନ କରାଯାଇଥିଲା । ଏଠାରେ ପ୍ରକାଶ ଯୋଗ୍ଯ ଯେ , ତତ୍କାଳୀନ ମଧ୍ୟ ପ୍ରଦେଶ ରାଜ୍ୟର ରାୟପୁର ନିକଟସ୍ଥ ଯୋଦାପୁର ଠାରେ ଶେଖ ରମଜାନ କ୍ବିରେସି ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଆଜାଦ୍ ହିନ୍ଦ୍ ଫୌଜ୍ ରେ ସାମିଲ ହୋଇ ସଶସ୍ତ୍ର ସଂଗ୍ରାମରେ ଭାଗ ନେଇ ଥିଲେ । ୧୯ ୪୫ ମସିହାରେ ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଜାପାନର ପରାଜୟ ପରେ ଆଜାଦ୍ ହିନ୍ଦ୍ ଫୌଜର ଗତିପଥ ବଦଳି ଯାଇଥିଲା । ଏହି ସଂଘର୍ଷ ରୁ ଅନେକ ଲୋକ ନିଜ ନିଜ ଭିଟାମାଟିକୁ ଫେରି ଆସିଥିଲେ । ପାଖାପାଖି ୫୦ ବର୍ଷ ତଳେ ଜୀବିକା ସନ୍ଦାନରେ ଆସି କ୍ବିରେସି ଓଡିଶାର ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ତୋସିଲ ଗାଁକୁ ଆସି ନିଜର କର୍ମଭୂମି ଆଦରି ନେଇଥିଲେ । ଆଖପାଖ ଅଞ୍ଚଳର ସାପ୍ତାହିକ ବଜାର ବୁଲି ଛତା ମରାମତି, ତାଲା ମରାମତି କରି ନିଜର ପରିବାର ପରି ପୋଷଣ କରୁଥିଲେ ।

ajad hind senani parivar

୨୦୧୬ ମସିହା ଏପ୍ରିଲ ମାସ ୩ ତାରିଖ ଦିନ ମାଣ୍ତୋସିଲ ଗ୍ରାମରେ ଶେଖ୍ କ୍ବିରେସୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଶବ ସତ୍କାର ସମୟରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ତତ୍କାଳୀନ ପାଇକମାଲ ବିଡିଓ,ପଦ୍ମପୁର ଉପ ଜିଲ୍ଲାପାଳ ସମେତ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ସାମିଲ ହୋଇଥିଲେ । ତାଙ୍କର ଦେହାନ୍ତ ପରେ ତାଙ୍କ ସ୍ତ୍ରୀ ଶ୍ରୀମତୀ ମାନୁବିବି କ୍ବିରେସୀ ଚୁଡି ବିକ୍ରୀ କରି ଏବେ ପରିବାର ପରି ପୋଷଣ କରୁଛନ୍ତି । ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଦ୍ବାରା ସ୍ବର୍ଗତ କ୍ବିରେସୀ ସମ୍ବର୍ଦ୍ଧିତ ହୋଇଥିଲେ । ସେ ଅନେକ ଥର ସ୍ବାଧୀନତା ଦିବସ ଅଗଷ୍ଟ ୧୫ ଦିନ ଓଡିଶାର ମହା ମହିମା ରାଜ୍ଯପାଳଙ୍କ ନିମନ୍ତ୍ରଣ ପାଇ ରାଜ ଭବନ ଉତ୍ସବରେ ମଧ୍ୟ ସାମିଲ ହୋଇଥିଲେ । ଦେଶ ସ୍ବାଧୀନତା ଆନ୍ଦୋଳନରେ ଜଣେ ସେନାନୀ ପରିବାର ର ଏଭଳି ଦୟନୀୟ ସ୍ଥିତିରେ ତାଙ୍କୁ ସହାୟତା ଦେବା ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କ ପରିବାର କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।