୨୨ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ:ଦୀପାବଳିର ଠିକ ପୂର୍ବରୁ ବ୍ୟାଙ୍କ ଧର୍ମଘଟ କାମ ଏବଂ ଜନସାଧାରଣ ପ୍ରଭାବିତ ହୋଇ ପାରନ୍ତି । ୧୦ ରାଷ୍ଟ୍ରାୟତ ବ୍ୟାଙ୍କ ବିଲୟର ବିରୋଧରେ ଅକ୍ଟୋବର ୨୨ ତାରିଖରେ ବ୍ୟାଙ୍କ ଧର୍ମଘଟ ପାଇଁ ଘୋଷଣା କରାଯାଇଛି । ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ପରିସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଏହି ଧର୍ମଘଟକୁ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ଯଦି ଏହି ଧର୍ମଘଟ ହୁଏ ତେବେ ଦୀପାବଳି ପୂର୍ବରୁ ୫ ଦିନ ମଧ୍ୟରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ ।

ସରକାର ୧୦ ରାଷ୍ଟ୍ରାୟତ ବ୍ୟାଙ୍କର ବିଲୟ କରି ୪ଟି ବଡ ବ୍ୟାଙ୍କ କରିବାର ନିଷ୍ପତ୍ତି ନେଇଥିଲେ । ବ୍ୟାଙ୍କ କର୍ମଚାରୀ ଏହାର ବିରୋଧ କରିଥିଲେ । ଆଲ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି ।

ୟୁନିଅନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଆନ୍ଧ୍ର ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଅଣ୍ଟାଲ ବ୍ୟାଙ୍କ କମର୍ସ ଏବେ ବନ୍ଦ ହେବ । ଏହି ସବୁ ବ୍ୟାଙ୍କ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ । ଦେଶର ଆର୍ଥିକ ବିକାଶରେ ଏହି ବ୍ୟାଙ୍କ ଗୁଡିକର ଯୋଗଦାନ ଉଲ୍ଲେଖନୀୟ । ଏହି ସବୁ ବ୍ୟାଙ୍କ ଗୁଡିକର ନିଜସ୍ୱ ଇତିହାସ ରହିଛି ଏବଂ ସମୟ ସହ ଏହା ଏତେ ବଡ ବ୍ୟାଙ୍କ ହୋଇଛି ।

ବୟାନରେ କୁହାଯାଇଛି ଯେ ପୂର୍ବରେ ଭାରତୀୟ ଟେଷ୍ଟ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦା ବିଲୟ କରାଯାଇଥିଲା । କିନ୍ତୁ ଏହିର କୌଣସି ପ୍ରମାଣ ନାହିଁ ଯେ ଏହାକ ସକରାତ୍ମକ ପରିଣାମ ଆସିଛି । ଏହା ବ୍ୟାଙ୍କର ବିଲୟର ପ୍ରୟୋଗ କରିବା ସମୟ ନୁହେଁ ।