ଐଶ୍ୱର୍ଯ୍ୟା ରାୟ ପିନ୍ଧିଥିବା ଡ୍ରେସରେ କଣ ଦେଖି ଟ୍ରୋଲ କଲେ ଦର୍ଶକ,ପଢନ୍ତୁ ଖବର ଦେଖନ୍ତୁ ଫଟୋ..

ମୁମ୍ବାଇ : ନିଜର ପୋଷାକକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ହିରୋଇନ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ବଚ୍ଚନ ପରିବାର ବୋହୁ ଏମିତି ଡ୍ରେସ ପିନ୍ଧିଥିଲେ ଯେ,ଯାହାକୁ ତାଙ୍କ ପ୍ରଶସଂକ ବି ଗ୍ରହଣ କରିପାରି ନାହାନ୍ତି । ଫିଲ୍ମ ଆଣ୍ଡ ଟେଲିଭିଜନ ଇଣ୍ଡିଆ ଆୱାର୍ଡସ ସୋରେ । ଏହା କୈଣସି ଚଳଚିତ୍ର ସିଂଟି ସେଟ ନଥିଲା । ଏକ ଉତ୍ସବକୁ ଏପରି ଡ୍ରେସ ପିନ୍ଧି ଆସିବାକୁ ନେଇ ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କୁ ଟ୍ରୋଲ କରିଛନ୍ତି ଦର୍ଶକ ।

ନିକଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଫିଲ୍ମ ଆଣ୍ଡ ଟେଲିଭିଜନ ଇଣ୍ଡିଆ ଆୱାର୍ଡସ ସୋରେ ସାମିଲ ହୋଇଥିଲେ । ଏହି ସେରିମନିରେ ସେ ଏକ କଳାରଙ୍ଗର ଗାଉନରେ ନଜର ଆସିଥିଲେ । ଏହି ଗାଉନରେ ସେ ଖୁବ୍ ସୁନ୍ଦର ଲାଗୁଥିଲେ । ଲୋକେ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ କିନ୍ତୁ କିଛି ତାଙ୍କର ଟ୍ରୋଲ କରିଥିଲେ ।

ସାଧାରଣତଃ ଐଶ୍ୱର୍ଯ୍ୟାଙ୍କ ଡ୍ରେସକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । କିନ୍ତୁ ଏଥର ଐଶ୍ୱର୍ଯ୍ୟା ଏହି ଡ୍ରେସରେ କମ୍ଫଟେବୁଲ ଫିଲ୍ କରୁନଥିବା ଲାଗୁଥିଲା । ତେଣୁ ଲୋକେ ତାଙ୍କର ଡ୍ରେସିଙ୍ଗ ସେନ୍ସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଐଶ୍ୱର୍ଯ୍ୟା ପିନ୍ଧିଥିବା ଏହି ଗାଉନକୁ ଫେମସ ଫ୍ୟାଶନ ଡିଜାଇନର ସନ୍ଦୀପ ଖୋସଲା ଡିଜାଇନ୍ କରିଥିଲେ । ଏହାପୂର୍ବରୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଗାଉନକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଐଶ୍ୱର୍ଯ୍ୟା ।