ସୋସିଆଲ ମିଡିଆରେ ଭାଇରାଲ ହେଲା ଐଶର୍ଯ୍ୟା ରାୟଙ୍କ ଫଟୋ, ର‌୍ୟାମ୍ପ ଓ୍ବାର୍କ କରି ପ୍ରଶଂସା ସାଉଣ୍ଟିଲେ

ମୁମ୍ବାଇ : ଦୋହାରେ ଫ୍ୟାଶନ ଇଣ୍ଟରନ୍ୟାସନାଲ ୨୦୧୮ରେ ର‌୍ୟାମ୍ପରେ ଐଶର୍ଯ୍ୟା ରାୟ ବଚ୍ଚନ ଓ୍ବାର୍କ କରି ସମସ୍ତଙ୍କୁ ଆଚମ୍ବିତ କରିଦେଇଛନ୍ତି । ମନୀଷ ମଲହୋତ୍ରାଙ୍କ ଡିଜାଇନ ଧଳା ଓ ଲାଲ ରଙ୍ଗର ପୋଷାକ ପିନ୍ଧି ସେ ଓ୍ବାର୍କ କରିଥିଲେ । ଏହି ଶୋରେ ଐଶର୍ଯ୍ୟା ଜଣେ ପ୍ରିଂସେସ ଲୁକର୍ ଆସିଥିଲେ । ତେବେ ସେ ତାଙ୍କ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି । ତେବେ ଏହି ସମୟରେ ଆରଧ୍ୟ ମଧ୍ୟ ତାଙ୍କ ସାଙ୍ଗରେ ଥିଲେ । ଏଥିସହ ଆରଧ୍ୟଙ୍କ ସହ ତାଙ୍କର ଭଲ ସଂପର୍କ ମଧ୍ୟ ଦେଖିବାକୁ ମିଳିଥିଲା । ଆରଧ୍ୟା ମଧ୍ୟ ମାଆଙ୍କ ପରି ଗ୍ରାଉନ ପିନ୍ଧିକି ର‌୍ୟମ୍ପ ଓ୍ବାର୍କ କରିଥିଲେ । ଉଭୟ ଉଭୟଙ୍କୁ କିସ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସୁଚନାରୁପ୍ରକାଶ, ଉଭୟ ମାଆ ଝିଅ ନିଜ ଫିଟନେସ ଲାଗି ବେଶ ସକ୍ରିୟ । ଐଶର୍ଯ୍ୟା ଝିଅ ଆଗଧ୍ୟାକୁ ନେଇ ବହପତ ଶୋ ଯାଇଥାନ୍ତି । ଆହୁରି ମଧ୍ୟ ଐଶର୍ଯ୍ୟାଙ୍କୁ ସେପ୍ଟୋମ୍ବର ୮ରେ ଆମେରିକାରେ ଆୟୋଜିତ ଓମେନ୍ ଇନ୍ ଫିଲ୍ମ ଆଣ୍ଡ ଟେଲିଭିଜନରେ ମେରିଲ ସ୍ଟ୍ରିପ ଏକ୍ସିଲେନ୍ସର ସମ୍ମାନ ଦିଆଯାଇଥିଲା । ତେବେ ଏହି ସମ୍ମାନ ପାଇବା ପରେ ପ୍ରଥମେ ତାଙ୍କୁ ଆରଧ୍ୟା ବଧାଇ ଦେଇଥିଲେ । ଏହି ଫଟୋକୁ ଅଭିଷେକ ବଚ୍ଚନ ସୋସିଆଲ ସାଇଡରେ ସେୟାର କରିଖଥିଲେ ।