ଅନ୍ୟ ନେଟଓ୍ଵର୍କକୁ ଅସୀମିତ ଭଏସ କଲିଂ ସୁବିଧା ଦେବା ଏୟାରଟେଲ୍

ନୂଆଦିଲ୍ଲୀ: ଟେଲିକମ୍ ଅପରେଟର ଏୟାରଟେଲ ନିଜର ପ୍ରିପେଡ୍ ପ୍ଲାନରେ ପରିବର୍ତ୍ତନ କରିଛି। ଏହା ପରେ ଏୟାରଟେଲ୍ ଗ୍ରାହକଙ୍କୁ ନିଜର ନେଟଓ୍ଵକରେ ଅସୀମିତ ଭଏସ କଲର ସୁବିଧା ମିଳୁଛି। କିନ୍ତୁ ଦୁଇ ଦିନ ତଳେ ଜାରି ନୂତନ ପ୍ଲାନରେ କମ୍ପାନୀ ଅନ୍ୟ ନେଟଓ୍ଵର୍କରେ କଲିଂ ପାଇଁ ଫେୟାର ୟୁଜେସ ପଲିସି(ଏଫୟୁପି) ଲାଗୁ କରିଥିଲା। ମାତ୍ର ଗ୍ରାହକଙ୍କ ଅସନ୍ତୋଷ ପରେ ଏହି ସୀମାକୁ ହଟାଇ ଦିଆଯାଇଛି। ଏବେ ଏୟାରଟେଲ୍ ଗ୍ରାହକ ଦେଶର ସମସ୍ତ ନେଟଓ୍ଵର୍କରେ ଅସୀମିତ କଲିଂ ସୁବିଧା ପାଇ ପାରିବେ। 

 


ଏୟାରଟେଲ୍ ଇଣ୍ଡିଆ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଗ୍ରାହକଙ୍କ ପାଇଁ ଟ୍ଵିଟ୍ କରି କହିଛି ଯେ, ଆମେ ଆପଣଙ୍କର କଥା ଶୁଣିଲୁ ଏବଂ ପ୍ଲାନରେ ପରିବର୍ତ୍ତନ କରିଛୁ। କାଲିଠୁ ଆପଣ ଭାରତରେ ଯେ କୌଣସି ନେଟଓ୍ଵର୍କରେ ଅସୀମିତ ଭଏସ କଲିଂ କରି ପାରିବେ। ଏଥିରେ କୌଣସି ସର୍ତ୍ତ ନାହିଁ। ଏହାର ଅର୍ଥ ଏୟାରଟେଲ୍ ଗ୍ରାହକ ଏବେ ଅସୀମିତ ଭଏସ କଲିଂର ଫାଇଦା ଉଠାଇ ପାରିବେ। ଅନ୍ୟ ନେଟଓ୍ଵର୍କ ପାଇଁ ଅତିରିକ୍ତ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ଏୟାରଟେଲ୍ ଜିଓ ପକ୍ଷରୁ ଅଲଗା ଆଇୟୁସି ଶୁଳ୍କ ଗ୍ରାହକଙ୍କଠୁ ନେବା ଏବଂ ବାକି ନେଟଓ୍ଵର୍କ ପାଇଁ ମିନିଟ୍ ପିଛା ୬ ପଇସା ଲାଗୁ କରିବା ପରେ ଗ୍ରାହକଙ୍କ ଉଦ୍ଦେଶ୍ୟରେ କହିଥିଲା ଯେ ଆପଣଙ୍କୁ ଏୟାରଟେଲଟୁ ଏୟାରଟେଲ୍ ଅସୀମିତ ଭଏସ କଲିଂ କରି ପାରିବେ। ମାତ୍ର ବାକି ନେଟଓ୍ଵର୍କ ଲାଗି ମିନିଟ୍ ପିଛା ୬ ପଇସା ଦେୟ ପଡ଼ିବ। ଏହାକୁ ଏୟାରଟେଲ୍ ଗ୍ରାହକ ସାମାଜିକ ଗଣମାଧ୍ୟରେ କଡ଼ା ଆପତ୍ତି ପ୍ରକାଶ କରିଥିଲେ। ଯାହା ପରେ ଏୟାରଟେଲ୍ ଏବେ ନିଜ ନେଟଓ୍ଵର୍କରୁ ଅନ୍ୟ ନେଟଓ୍ଵର୍କକୁ ଅସୀମିତ କଲିଂ ସେବା ଦେବାକୁ ନିଷ୍ପତ୍ତି ନେଇଛି।