ଗ୍ରାହକଙ୍କ ପାଇଁ ଏୟାରଟେଲ ଆଣିଲା ନୂଆ ପ୍ଲାନ୍‌; ଜାଣନ୍ତୁ ସେ ବିଷୟରେ…..

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଥର ଏୟାରଟେଲ ଗ୍ରାହକଙ୍କ ପାଇଁ ଏକ ନୂଆ ପ୍ଲାନ୍ ଆଣିଛି । ଯଦ୍ୱାରା ୧୭୯ ପ୍ରିପେଡ୍ ପ୍ଲାନ୍ ଜରିଆରେ ଗ୍ରାହକ କୌଣସି ବି ନେଟୱର୍କରେ ଅସୀମିତ କଲ, ୨ ଜିବି ଡାଟା, ୩୦୦ ଏସଏମଏସ ଓ ଭାରତୀ ଏକ୍ସା ଲାଇଫ ଇନସ୍ୟୁରାନ୍ସର ୨ ଲକ୍ଷ ଟଙ୍କା ବୀମା କଭର ମିଳିବ।

ଏହି ପ୍ୟାକର ବୈଧତା ୨୮ ଦିନ ରହିଛି। ବିଶେଷ କରି ପ୍ରବେଶସ୍ତରରେ ସ୍ମାର୍ଟଫୋନ୍ ଗ୍ରାହକ ତଥା ଅର୍ଦ୍ଧସହରୀ ଓ ଗ୍ରାମାଂଚଳ ବଜାରରେ ଫିଚର ଫୋନର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏହି ପ୍ୟାକକୁ ଉପସ୍ଥାପନ କରାଯାଇଛି।

କମ୍ପାନୀ କହିଛି ଏହି ବୀମା କଭର ୧୮ ବର୍ଷରୁ ୫୪ ବର୍ଷ ଆୟୁର ଲୋକଙ୍କ ପାଇଁ ଉପଲବ୍ଧ। ଏଥିପାଇଁ କୌଣସି ପ୍ରକାରର ଦସ୍ତାବିଜ କିମ୍ବା ଚିକିତ୍ସା ପରୀକ୍ଷଣର ଆବଶ୍ୟକତା ନାହିଁ। ବୀମା ପଲିସି କିମ୍ବା ପ୍ରମାଣପତ୍ର ତୁରନ୍ତ ଡିଜିଟାଲ ଭାବେ ପଠାଇ ଦିଆଯିବ।