ପଡୋଶୀ ରାଜ୍ୟକୁ ବିମାନ ସେବା ଆରମ୍ଭ କରିଛି ଏୟାର ଓଡିଶା

ଆଜି ଠାରୁ ଏୟାର ଓଡିଶାର ପଡୋଶୀ ରାଜ୍ୟକୁ ବିମାନ ସେବା ଆରମ୍ଭ । ପ୍ରଥମ କରି ଭୁବନେଶ୍ୱରରୁ ରାୟପୁର-ଜଗଦଲପୁର- ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିଛି ଏୟାର ଓଡିଶା । ସକାଳ ୬ଟା ୧୦ରେ ଉଡାଣ ଭରିଛି । ଏଥିରେ ଭୁବନେଶ୍ୱରରୁ ୯ ଜଣ ଯାତ୍ରୀ ଯାଇଛନ୍ତି । ଟିକେଟ୍ ର ମୁଲ୍ୟ ୪ ହଜାର ୫୦୦ ଟଙ୍କାରୁ ୫ହଜାର ୫୦୦ ଟଙ୍କା ମଧ୍ୟରେ ରହିଛି । ଏହି ବିମାନ ସେଠାରେ ପହଞ୍ଚିବା ପରେ ପୁଣି ଭୁବନେଶ୍ୱରରେ ୧ଟା ୪୦ରେ ଆସି ପହଞ୍ଚିବ । ରାଜ୍ୟ ଭିତରେ ସେବା ଆରମ୍ଭ କରିଥିବା ଏୟାର ଓଡିଶା ପ୍ରଥମ ଥର ପାଇଁ ପଡୋଶୀ ରାଜ୍ୟର ପମୁଖ ସହର ଗୁଡିକୁ ସେବା ଆରମ୍ଭ କରିଛି ।