ଭାରତରେ ପହଂଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ବହୁଦିନର ଅପେକ୍ଷା ପରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦରେ ପହଂଚିଛନ୍ତି । ସେ ଏୟାରଫୋର୍ସ ୱାନ୍‌ ଯୋଗେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ପହଂଚିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭାରତ ଆସୁଛନ୍ତି।

ଅହମଦାବାଦରେ ପହଂଚିବାର କିଛି ସମୟ ପୂର୍ବରୁ ହିଁ ସେ ହିନ୍ଦୀରେ ଏକ ଟ୍ୱିଟ୍‌ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, “ମୁଁ ଭାରତ ଆସିବାକୁ ତତ୍ପର ହେଉଛି। ମୁଁ ଏବେ ରାସ୍ତାରେ ଅଛି, କିଛି ଘଂଟା ପରେ ସମସ୍ତଙ୍କ ସହ ଦେଖା ହେବ।” ପ୍ରତିକ୍ରିୟାରେ ଏହି ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ମୋଦି ଲେଖିଛନ୍ତି, ଅତିଥି ଦେବୋ ଭବଃ। ଅର୍ଥାତ ଅତିଥି ଆମ ପାଇଁ ଦେବତା। ଏହା ପୂର୍ବରୁ ମୋଦି ଲେଖିଥିଲେ, ଭାରତ ଆପଣଙ୍କ ପହଂଚିବା ଅପେକ୍ଷାରେ।